୨୨ଲକ୍ଷ ଟଙ୍କା ଓ କାର୍‌ ଛାଡ଼ି ପଳାଇଲା ବ୍ରାଉନ୍‌ସୁଗାର ମାଫିଆ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍‌ ଥାନା ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ୧୬ ନମ୍ବର ଜାତୀୟ ରାଜପଥ ନିକଟ ଶିଆଳିଆ ଛକ ନିକଟରୁ ପୁଲିସ୍‌ ନଗଦ ୨୨ଲକ୍ଷ ଟଙ୍କା ସହ ଏକ କାର୍‌କୁ ଜବତ କରିଛି। ତେବେ କାର୍‌ରେ ଥିବା କୁଖ୍ୟାତ ବ୍ରାଉନସୁଗାର ମାଫିଆ ଫେରାର୍‌ ହୋଇଯାଇଥିବା ଜଣାଯାଇଛି।

ପୁଲିସ୍‌କୁ ଆଜି ସୂଚନା ମିଳିଥିଲା ଯେ କନି ବେହେରାର ପୁଅ କୁଖ୍ୟାତ ଡ୍ରଗ୍ସ ମାଫିଆ ଶରତ ବେହରା ଓରଫ ବାୟା ଏକ କାର (ଓଡି ୦୨ ସିବି ୪୨୪୨)ରେ ବ୍ରାଉନ୍‌ସୁଗାର କାରବାର ପାଇଁ ଭୁବନେଶ୍ବର ଯାଉଛି। ସୂଚନା ଆଧାରରେ ପୁଲିସ ଜାତୀୟ ରାଜପଥ ନିକଟ ଶିଆଳିଆ ଛକଠାରେ ଛକି ରହିଥିଲା। ପୁଲିସ କାର୍‌କୁ ଅଟକାଇବା କ୍ଷଣି ଶରତ କାର୍‌ ଛାଡ଼ି ଦୌଡ଼ି ପଳାଇଥିଲା। ପୁଲିସ କାର୍‌କୁ ଜବତ କରି ଖୋଜାଖୋଜି କରିବାରୁ ସେଥିରୁ ୨୨ଲକ୍ଷ ଟଙ୍କା ନଗଦ ବାହାରିଥିଲା।

ସମ୍ବନ୍ଧିତ ଖବର