ଜୁଲାଇରେ ଚାଲିବ ୨୨ ଯୋଡ଼ା ଟ୍ରେନ୍‌

ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଷ୍ଟେସନରୁ ପୂର୍ବ ଘୋଷଣା ଅନୁଯାୟୀ ଜୁନ୍‌ ଶେଷ ପର୍ଯ୍ୟନ୍ତ ଚଳାଚଳ କରୁଥିବା ୨୨ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ସେବାକୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଲାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା ପୁରୀରୁ ଛାଡୁଥିବା ପୁରୀ-ଋଷିକେଶ-ପୁରୀ, ପୁରୀ-ମୁମ୍ବାଇ ଏଲଟିଟି-ପୁରୀ, ପୁରୀ-ପାଟଣା-ପୁରୀ, ପୁରୀ-ଜୟନଗର-ପୁରୀ, ପୁରୀ-ସୁରଟ-ପୁରୀ, ପୁରୀ-ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ବିଶେଷ ଟ୍ରେନ୍‌। ପୁରୀ-ଋଷିକେଶ-ପୁରୀ ଜୁଲାଇ ୨୩ ପର୍ଯ୍ୟନ୍ତ ଓ ଅନ୍ୟ ଟ୍ରେନ୍‌ଗୁଡ଼ିକ ସ୍ଥିରୀକୃତ ଦିନରେ ରଥଯାତ୍ରା ସମୟରେ କୋଭିଡ୍ ପ୍ରୋଟୋକଲ୍ ଦୃଷ୍ଟିରୁ ଖୋର୍ଦ୍ଧା ରୋଡ୍ ଓ ପୁରୀ ମଧ୍ୟରେ ବାତିଲ୍ ରହିବ। ଭୁବନେଶ୍ବରରୁ ଆନନ୍ଦ ବିହାର, ମୁମ୍ବାଇ ଏଲଟିଟି, ତିରୁପତି, ଚେନ୍ନାଇ ସେଣ୍ଟ୍ରାଲ, ବେଙ୍ଗାଲୁରୁ କ୍ୟାଣ୍ଟ, ପଣ୍ଡିଚେରୀ, ରାମଶ୍ବେରମ୍‌କୁ ଚଳାଚଳ କରୁଥିବା ବିଶେଷ ଟ୍ରେନ୍‌ଗୁଡ଼ିକ ଚାଲିବ। ସମ୍ବଲପୁରରୁ ଛାଡ଼ୁଥିବା ସମ୍ବଲପୁର-ହାଓଡ଼ା-ସମ୍ବଲପୁର ଓ ସମ୍ବଲପୁର-ମାଣ୍ଡୁଆଡିହ-ସମ୍ବଲପୁର ବିଶେଷ ଟ୍ରେନ୍‌ ଚଳାଚଳ ଜାରି ରଖିବ। ଏହାବ୍ୟତୀତ ବିଶାଖାପାଟଣାରୁ ଛାଡ଼ୁଥିବା ୭ ଯୋଡ଼ା ବିଶେଷ ଟ୍ରେନ୍‌ ଚଳାଚଳ ଜାରି ରଖିବ।

ସମ୍ବନ୍ଧିତ ଖବର