ରାଉରକେଲା: ‘ନୂଆ ଓ ଯୁବ ଓଡ଼ିଶା ନବୀନ ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ରାଉରକେଲା ମହାନଗର ନିଗମସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ବୁଧବାର ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଦିବସରେ ସ୍ଥାନୀୟ ଡିଏଭି ପଡ଼ିଆରେ ମହିଳା ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରୋମାଞ୍ଚକର ଫାଇନାଲ ମ୍ୟାଚ୍ରେ ଇସ୍ପାତ କଲେଜ ଖୋ-ଖୋ ଆର୍ମି ବିଜେତା ହୋଇଛି। ସେହିଭଳି ବାଲୁଘାଟ ଆସୋସିଏସନ ଉପବିଜେତା ହୋଇଥିବାବେଳେ ବିଦ୍ୟୁତ କଲୋନି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ଓ ପ୍ରଗତି କ୍ଲବ(ଝିରପାଣି) ଚତୁର୍ଥ ସ୍ଥାନରେ ରହିଛି।
/sambad/media/post_attachments/wp-content/uploads/2023/12/0aad3e70-1651-42b5-9a7e-7bf3402722d1.jpeg)
ମହୋତ୍ସବକୁ ଉଦ୍ଘାଟନକରି ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ କହିଲେ, ଯୁବ ଶକ୍ତିଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ‘ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜନ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ। ଯୁବ ପ୍ରତିଭା ଅନ୍ୱେଷଣରେ ଏହି ପ୍ରତିଯୋଗିତା ବିଶେଷ ସହାୟକ ହେବ। କ୍ରୀଡ଼ା ତଥା କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟରେ ଉତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି ତିଆରି କରାଯାଉଛି।
/sambad/media/post_attachments/wp-content/uploads/2023/12/4fd8c67b-eca8-482b-9367-b5b4f5137c09.jpeg)
ଏତଦ୍ବ୍ୟତୀତ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ତୃଣମୂଳସ୍ତରରୁ କ୍ରୀଡ଼ା ପ୍ରତିଭା ଚୟନ କରାଯାଉଥିବା କହିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରତିଯୋଗିତାରେ କ୍ରିକେଟ, ଫୁଟବଲ୍, ଭଲିବଲ୍, ହକି, କବାଡ଼ି ଓ ଖୋ-ଖୋ ଆଦି କ୍ରୀଡ଼ା ଅନୁଷ୍ଠିତ ହେବ। ଏଥିରେ ୧୩ରୁ ୩୫ ବୟସ୍କ ପ୍ରାୟ ୨୨ ଶହ କ୍ରୀଡ଼ାବିତ୍ ସାମିଲ ହୋଇଛନ୍ତି। ପୁରୁଷ କ୍ରିକେଟ୍ ବର୍ଗରେ ୩୩ଟି ଦଳ ଭାଗନେଇଥିବାବେଳେ ଭଲିବଲ୍ରେ ୧୬ ଦଳ, ଫୁଟବଲରେ ୩୯, ହକିରେ ୧୧ଟି, କବାଡ଼ିରେ ୨୪, ଖୋ-ଖୋରେ ୧୪ଟି ଦଳ ଅଂଶଗ୍ରହଣ କରିଛନ୍ତି। ସେହିଭଳି ମହିଳା କବାଡ଼ିରେ ୧୦, ଖୋ-ଖୋରେ ୮, ଫୁଟବଲରେ ୩ ଓ ହକିରେ ଏକାଧିକ ଦଳ ଭାଗନେଇଛନ୍ତି। ଏହି ପ୍ରତିଯୋଗିତାର ବିଜେତା ଦଳଗୁଡ଼ିକ ଜିଲ୍ଲାସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତି ଦଳ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ।
/sambad/media/post_attachments/wp-content/uploads/2023/12/2c8ce4ec-7b4c-444b-b969-656c288fd23d.jpeg)
ମହାନଗର ନିଗମସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ବିଜେତା ଦଳ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯିବାକୁ ଥିବାବେଳେ ଉପବିଜେତା ଦଳକୁ ୩୦ ହଜାର ଟଙ୍କା ଓ ଟ୍ରଫି ଏବଂ ତୃତୀୟ ଓ ଚତୁର୍ଥ ସ୍ଥାନ ଦଖଲକାରୀ ଦଳକୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଉଦ୍ଘାଟନୀ ଉତ୍ସବରେ ମହାନଗର ନିଗମ କମିସନର ଡା. ଶୁଭଙ୍କର ମହାପାତ୍ର, ଡେପୁଟି କମିଶନର ସୁଧାଂଶୁ ଭୋଇ, ଗୌରବମୟ ପ୍ରଧାନ, ଓଏସଡି(ଆର୍ଡିଏ) ଚନ୍ଦ୍ରକାନ୍ତ ମଲ୍ଲିକ, ଡିଏଭି ସ୍କୁଲ ଅଧ୍ୟକ୍ଷ ଲୋକନାଥ ପ୍ରଧାନଙ୍କ ସମେତ ବିଭିନ୍ନ କ୍ରୀଡ଼ା ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।