ବ୍ରଜରାଜନଗର : ମାମୁଙ୍କ ଶବଦାହ ପରେ ପୋଖରୀରେ ବୁଡ଼ି ଯାଇଛନ୍ତି ଭଣଜା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ପୁରୁଣାବସ୍ତିରେ। ମାମୁଙ୍କ ଦାହ ସଂସ୍କାର ପରେ ପୋଖରୀରେ ଗାଧୋଉଥିବା ସମୟରେ ଭଣଜା ରଞ୍ଜୁ ଶର୍ମା (୨୨)ବୁଡ଼ି ଯାଇଛନ୍ତି। ପୁରୁଣାବସ୍ତି ଛକରେ ସେଲୁନ କରିଥିବା ରତନ ଠାକୁରଙ୍କ ଶୁକ୍ରବାର ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। ଶନିବାର ପୁରୁଣାବସ୍ତି ଶଶ୍ମାନରେ ତାଙ୍କ ଦାହ କରାଯାଇଥିଲା। ଶବଦାହ ପରେ ଦିନ ପ୍ରାୟ ସାଢ଼େ ୧୨ଟାରେ ଆତ୍ମୀୟସ୍ୱଜନଙ୍କ ସହ ରଞ୍ଜୁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ସେ ବୁଡ଼ିଯାଇଥିଲେ।
ମାମୁଙ୍କ ଶବଦାହ ପରେ ପାଣିରେ ବୁଡ଼ି ଗଲେ ଭଣଜା
/sambad/media/post_attachments/wp-content/uploads/2018/09/drawn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)