ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ମଧ୍ୟରେ ୩୪ ଜଣ ଥିବାବେଳେ ସଙ୍ଗରୋଧରୁ ୧୨୯ ଓ ସ୍ଥାନୀୟ ସଂକ୍ରମଣରୁ ୯୨ ଜଣ ଅଛନ୍ତି | ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୮ ଜଣ, କଟକରୁ ୧୫, ଖୋର୍ଦ୍ଧାରୁ ୯୮,ମୟୁରଭଞ୍ଜରୁ ୮, ସମ୍ବଲପୁରରୁ ୨୧, ସୁନ୍ଦରଗଡରୁ ୭ ଜଣ ଓ ଷ୍ଟେଟ ପୁଲରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି |
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୮୫ ଜଣ ସୁସ୍ଥ ହୋଇଥିବାବେଳେ ନୂତନ ପଜିଟିଭଙ୍କ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୩୮୧ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୪ ହଜାର ୨୭୮ ଜଣ ସୁସ୍ଥ ହୋଇଛନ୍ତି |
New recoveries: 185
Cumulative tested: 25398946
Positive: 1054381
Recovered: 1044278
Active cases: 1593— I & PR Department, Odisha (@IPR_Odisha) December 29, 2021
ସୂଚନା ଥାଉ କି ଆଜି ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯ ରେ ପହଞ୍ଚିଛି | ନୂଆ ଚିହ୍ନଟ ଓମିକ୍ରନ ଆକ୍ରାନ୍ତ ଜଣକ ୟୁଏଇରୁ ଫେରିଥିଲେ | ତାଙ୍କର ବୟସ ୩୧ ବର୍ଷ ହୋଇଥିବାବେଳେ ଘର କେନ୍ଦୁଝର ବୋଲି ଜଣାପଡିଛି |