ଆୟୁଧ ନିର୍ମାଣୀର ୨୨୧ତମ ପ୍ରତିଷ୍ଠା ଦିବସ

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ନିକଟ ବଡ଼ମାଳ ଗୋଳାବାରୁଦ କାରଖାନାରେ ଆୟୁଧ ନିର୍ମାଣୀର ୨୨୧ତମ ପ୍ରତିଷ୍ଠା ଦିବସ ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ପାଳିତ ହୋଇଛି। କାରଖାନାର ମଜଦୁର ୟୁନିୟନ, ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘ ଓ ଏନ୍‌ଜିଓ ଆସୋସିଏସନ ତରଫରୁ ଶନିବାର ସକାଳେ ଗେଟ ନଂ.୨ଠାରେ ସମସ୍ତ କର୍ମଚାରୀଙ୍କୁ ୨୨୧ତମ ଆୟୁଧ ନିର୍ମାଣୀ ଦିବସ ପାଳନର ବ୍ୟାଜ୍‌ ପିନ୍ଧାଇ ଶପଥ ପାଠ କରାଯାଇଥିଲା।

ସଂଗଠନର ସଦସ୍ୟମାନେ କାରଖାନାର ମହାପ୍ରବନ୍ଧକ ପ୍ରଦୀପ ଦାସଙ୍କୁ ବ୍ୟାଜ୍‌ ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ମଜଦୁର ୟୁନିୟନ ସଭାପତି ପଂଚୁ ପଟେଲ, ସମ୍ପାଦକ ସତ୍ୟପ୍ରେମ ମାଝୀ, ଜୟ ସିଂ ନାଏକ, ପରମା ମହାନନ୍ଦ, ଜୟନ୍ତୀ ମାଝୀ, ଧର୍ମରାଜ ମହାନନ୍ଦ, ବିରଂଚି ମହାନନ୍ଦ, ସନାତନ ନାଗ, ମଧୁମଙ୍ଗଳ ନନ୍ଦ, ରାଜଦୀପ ସରାଫ, ବଳରାମ ଛତ୍ରିଆ, ସନ୍ତୋଷ ପଧାନ, ପଦ୍ମଲୋଚନ ଜାଲ, ବିପିଏମ୍‌ଏସ୍‌ର ସଭାପତି ହରିହର ସିଂ, ସମ୍ପାଦକ ବିଶ୍ବମ୍ଭର ତ୍ରିପାଠୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର