ଭୁବନେଶ୍ବର: ଆଜି ପୁଣି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ଶହ ଉପରକୁ ଆସିଛି। ଗତକାଲି ୧୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୨୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୪ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 1st September
New Positive Cases: 226
Of which 0-18 years: 19
In quarantine: 132
Local contacts: 94(Details of local contacts will be shared by concerned District)
1. Balasore: 1
2. Bargarh: 4
3. Bhadrak: 2
4. Balangir: 5
5. Boudh: 2
6. Cuttack: 14— I & PR Department, Odisha (@IPR_Odisha) September 2, 2022
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୧, ବରଗଡ଼ରୁ ୪, ଭଦ୍ରକରୁ ୨, ବଲାଙ୍ଗୀରରୁ ୫ ଜଣ, ବୌଦ୍ଧରୁ ୨, କଟକରୁ ୧୪ ଜଣ, ଜଗତସିଂହପୁରରୁ ୫ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୧, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୧, ଖୋର୍ଦ୍ଧା ଜିଲ୍ଲାରୁ ୧୦୪, କୋରାପୁଟରୁ ୪, ମୟୂରଭଞ୍ଜରୁ ୨ ଜଣ, ନବରଙ୍ଗପୁରରୁ ୧ ଜଣ, ନୟାଗଡ଼ ଜିଲ୍ଲାରୁ ୩ ଜଣ, ନୂଆପଡ଼ାରୁ ୪, ପୁରୀରୁ ୭ ଜଣ, ରାୟଗଡ଼ାରୁ ୨, ସମ୍ବଲପୁରରୁ ୭ ଜଣ, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୯ ଜଣ ଓ ଷ୍ଟେଟପୁଲରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୨୮, ୦୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୧୭, ୦୪୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୭୯୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।