ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ୦ରୁ ୧୮ ବର୍ଷ ମଧ୍ୟରେ ୩୩ ଜଣ ଥିବାବେଳେ ସଙ୍ଗରୋଧରୁ ୧୨୮ ଜଣ ଓ ସ୍ଥାନୀୟ ସଂକ୍ରମଣ ଭାବେ ୯୮ ଜଣ ଚିହ୍ନଟ ହୋଇଛନ୍ତି | ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪, କଟକରୁ ୧୫, ବାଲେଶ୍ୱରରୁ ୧୦, ଭଦ୍ରକରୁ ୪, ଯାଜପୁରରୁ ୮, ମୟୁରଭଞ୍ଜରୁ ୬, ସମ୍ବଲପୁରରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି |


ସେହିପରି ସୁନ୍ଦରଗଡରୁ ୧୧ ଓ ଷ୍ଟେଟ ପୁଲରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଯାଇଛି | ଭୁବନେଶ୍ୱରର ଜଣେ ୬୦ ବର୍ଷୀୟ ପୁରୁଷ ଓ ମୟୁରଭଞ୍ଜର ଜଣେ ୭୦ ବର୍ଷୀୟ ପୁରୁଷଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ସମ୍ବନ୍ଧିତ ଖବର