ଭୁବନେଶ୍ବର: ସହରୀକରଣ ଓ ଦ୍ରୁତ ଶିଳ୍ପାୟନ ପାଇଁ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଏହାର ସମାଧାନ ପାଇଁ ସହରାଞ୍ଚଳରେ ମିସନ୍ ଶକ୍ତି ଗୋଷ୍ଠୀ ସହଯୋଗରେ ବର୍ଷା ଜଳ ଅମଳ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଉଛି। ସହରାଞ୍ଚଳରେ ଥିବା ପାର୍କ, ଖେଳପଡ଼ିଆ ଭଳି ଖୋଲାସ୍ଥାନରେ ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’ (ମୁକ୍ତା) ଅଧୀନରେ ବୃଷ୍ଟି ଜଳ ଅମଳ ପ୍ରକଳ୍ପ କରାଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୨,୭୬୬ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ମୌସୁମୀ ଋତୁ ପୂର୍ବରୁ ୨୫ହଜାର ବର୍ଷା ଜଳ ଅମଳ ପ୍ରକଳ୍ପ ପ୍ରତିଷ୍ଠା କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ହେଁ ଏବେ ସୁଦ୍ଧା ୧୧୫ଟି ଯାକ ପୌରାଞ୍ଚଳରେ ୨୨୭୬୬ଟି ପ୍ରକଳ୍ପ ନିର୍ମାଣ ସରିଛି। ଖୁବ୍ ଶୀଘ୍ର ବାକି ପ୍ରକଳ୍ପ ଶେଷ ହେବ।
ଭୂତଳ ଜଳସ୍ତର ବୃଦ୍ଧି ପାଇଁ ନିର୍ମାଣ ହେଲାଣି ୨୨,୭୬୬ଟି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ
/sambad/media/post_attachments/wp-content/uploads/2022/07/zggssssssssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)