କୋରାପୁଟ: ସାରା ବିଶ୍ବରେ ଭୟ ଓ ଆତଙ୍କ ଖେଳାଇ ଦେଇଥିବା ମହାମାରୀ ଏଡସ୍ ସଂକ୍ରମଣର ବ୍ୟାପକତା କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଥିଲା। ନ୍ୟାସନାଲ ଏଡସ୍ କଣ୍ଟ୍ରୋଲ ଅର୍ଗାନାଇଜେସନ୍ କୋରାପୁଟ ଜିଲ୍ଲାକୁ ‘ବି’ ମାନ୍ୟତା ବି  ଦେଇଥିଲେ। ଏହାକୁ ରୋକିବା ପାଇଁ ବି ବ୍ୟାପକ ସଚେତନତା ସହ କାର୍ଯ୍ୟକ୍ରମ ବି କରାଯାଉଥିଲା। ଧିରେ ସଂକ୍ରମଣ ହାର କମି କମି ଆସିଛି।

Advertisment

୨୦୦୨ ମସିହାରୁ  ଅଭିବକ୍ତ କୋରାପୁଟ ଜିଲ୍ଲାରେ ଏଡସ୍ କୁ ନେଇ କୋରାପୁଟ ଆଇସିଟିସି କେନ୍ଦ୍ରରେ ସଂକ୍ରମିତଙ୍କ ପରୀକ୍ଷାରେ ୩୨୦୯ଜଣ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରୁ ସିଂହଭାଗ ପ୍ରାୟ ୭୦ପ୍ରତିଶତ ସଂକ୍ରମିତ ୨୨୭୯ଜଣ କୋରାପୁଟ ଜିଲ୍ଲାର ହିଁ ରହିଛନ୍ତି। ଏହି ମହାମାରୀରେ ଅଭିବକ୍ତ କୋରାପୁଟ ଜିଲ୍ଲାର ୭୭୫ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ କୋରାପୁଟଜିଲ୍ଲାର ୬୦୭ଜଣ ଓ  ଅଭିବକ୍ତ କୋରାପୁଟ ଜିଲ୍ଲାର ଅନ୍ୟ ଜିଲ୍ଲାର ବଳକା ୧୬୮ଜଣ ବୋଲି ହୋଇଥିବା ଜିଲ୍ଲା ଏଡସ୍ ସୁରକ୍ଷା ୟୁନିଟ୍ (ଡାପସୁ) ପକ୍ଷରୁ ସୂଚନା ମିଳିଛି।

ଅଭିବକ୍ତ କୋରାପୁଟଜିଲ୍ଲା ପାଇଁ କୋରାପୁଟ ଠାରେ  ଏଆରଟି କେନ୍ଦ୍ର ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲ ଅଧିନରେ ଚାଳିଛି। କୋରାପୁଟ ଜିଲ୍ଲାରେ ଗତ ୨୩ବର୍ଷରେ ୨୨୭୯ଜଣ (୧୨୯୮ଜଣ ପୁରୁଷ,୬୮ଜଣ ପିଲା, ୧୩ଜଣ ଟ୍ରାନସଜେଣ୍ଡର, ମହିଳା ୯୮୧ଜଣ ମହିଳା ଏବଂ ୭୩ଜଣ ଝିଅ)  ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ୬୦୭ (୩୯୩ଜଣ ପୁରୁଷ, ୧୦ଜଣ ପିଲା, ୧୯୪ଜଣ ମହିଳା, ୧୦ଜଣ ଝିଅ)ଙ୍କର ମୃତ୍ୟୁ ହୋଇଥିବା ଡାପସରୁ ସୂଚନା ମିଳିଛି।  ସଂକ୍ରମିତଙ୍କ ମଧ୍ୟରୁ ୧୫୧୩ଜଣ କୋରାପୁଟ ଏଆରଟି କେନ୍ଦ୍ରରେ ଔଷଧ ନେବା ପାଇଁ ନାଁ ପଂଜିକରଣ କରିଛନ୍ତି। ୧୦୯୧ଜଣ ଔଷଧ ନେଉଥିବା ବେଳେ ଏବେ ବି ୪୨୨ଜଣ ଔଷଧ ନେଉ ନାହାନ୍ତି।

ଜିଲ୍ଲାର ସିଂହଭାଗ ସଂକ୍ରମିତ ୮୩୮ଜଣ ଜୟପୁରରେ ରହିଛନ୍ତି। କୋରାପୁଟ ୪୨୮,ସେମିଳିଗୁଡା ୩୧୪, ବୋରିଗୁମ୍ମା ୧୯୫, କୋଟପାଡ଼ ୧୮୯, ବନ୍ଧୁଗାଁ ୧୨, ବୈପାରୀଗୁଡା ୬୮, ଦଶମନ୍ତପୁର ୧୭, କୁନ୍ଦ୍ରା ୩୯, ଲମତାପୁଟ ୧୧, ଲକ୍ଷ୍ମୀପୁର ୩୫, ନନ୍ଦପୁର ୪୦, ନାରାୟଣପାଟଣା ୨୩ ଓ ପଟାଙ୍ଗୀ ୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୩ବର୍ଷରେ ୨୦୦୯ରେ ୨୨୪, ୨୦୧୦ରେ ୨୪୪, ୨୦୧୧ରେ ୨୨୫,୨୦୧୨ରେ ୧୯୬,୨୦୧୩ରେ ୨୦୪ ସଂକ୍ରମିତ ଚିହ୍ନଟ ହୋଇଥିଲେ ତା ପର ଠାରକୁ କମି କମି ଆସିଛନ୍ତି।  ୨୦୨୩ରେ ୧୪୫ଏବଂ ଅକ୍ଟୋବର ସୁଦ୍ଧା ୯୮ଜଣ ସଂକ୍ରମିତ  ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଏଡିପିଏଚଓ ଡ. ଶିବସାଇ ସ୍ବରୁପ। ଜିଲ୍ଲାରେ ୧୦ଟି ଆଇସିଟିସି କେନ୍ଦ୍ର ଅଧିନରେ ରକ୍ତ ପରୀକ୍ଷା କରି ଚିହ୍ନଟ କରାଯାଉଥିଲା।

 ପଟାଙ୍ଗୀ, ନନ୍ଦପୁର, ବୈପାରୀଗୁଡା, କୋଟପାଡ ଓ ଲକ୍ଷ୍ମୀପୁର ଅଂଚଳରେ ସଂକ୍ରମଣ ହାର କମି ଅସିବାରୁ ଏହି ପରୀକ୍ଷା କେନ୍ଦ୍ର ବନ୍ଦ କରିଦିଆଯାଇଛି। ଏବେ ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲ ଅଧିନରେ ୨ଟି, ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ବୋରିଗୁମ୍ମା ସିଏଚସି ଓ ସୁନାବେଡା ସିଏଚସିରେ ଆଇସିଟିସି ଚାଳିଛି। ଏବେ ଜିଲ୍ଲାର ସବୁ ସିଏଚସିରେ ସ୍କ୍ରିନିଂ କରି ସଂଦେହାସ୍ପଦ ସଂକ୍ରମିତଙ୍କୁ ଉ‌ପରୋକ୍ତ ୫ ଆଇସିଟିସିକୁ ପଠାଯାଉଛଇ ବୋଲି କହିଛନ୍ତି ଏଡିପିଏଚଓ। ଯଦିଓ ସଂକ୍ରମଣ ହାର କମି କମି ଆସିଥିଲେ ହେଁ ସଂପୁର୍ଣ୍ଣ ରୁପେ ଏହି ରୋଗର ଭୟାବହତା ଦୁର ହୋଇ ପାରିନି। ଅଣଦେଖା କରି ଏହାକୁ ଛାଡି ଦେଲେ ଏହାର ଭୟାବହତା ଭୋଗିବାକୁ ପଡ଼ି ପାରେ ବୋଲି ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ବେଚ୍ଛାସେବୀ ମାନେ କହିଛନ୍ତି।