ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୨୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୬ଜଣ ଘରୋଇ ଡାକ୍ତରଖାନାର କର୍ମଚାରୀ

ସୁସ୍ଥ ହେଲେ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରରୁ ଆଜି ପୁଣି ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୨ଜଣଙ୍କ ମଧ୍ୟରେ ୧୯ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୩ ଜଣ ଘରୋଇ ସଙ୍ଗରୋଧରେ ଥିଲେ ବୋଲି ଜଣା ପଡିଛି | ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୧୯ଜଣଙ୍କ ମଧ୍ୟରୁ ୧୬ଜଣ ଘରୋଇ ଡାକ୍ତରଖାନା କର୍ମଚାରୀ ରହିଛନ୍ତି | ନୂତନ ଆକ୍ରାନ୍ତ ଓ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜଧାନୀରେ ଏବେ ୧୧୩ ଜଣ ସୁସ୍ଥ ହୋଇଥିବା ବେଳେ ୧୦୩ଟି ସକ୍ରିୟ ମାମଲା ରହିଛି | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୦ରହିଥିବା ବେଳେ ୩ଜଣ ମୃତ୍ୟୁବରଣ କରିଛନ୍ତି |

ଘରୋଇ ସଙ୍ଗରୋଧରେ ଥିବା ୩ଜଣ ଆକ୍ରାନ୍ତ ହେଲେ ମୈତ୍ରୀ ବିହାର, ଚନ୍ଦ୍ରଶେଖରପୁର ଅଞ୍ଚଳର ୨୮ବର୍ଷିୟ ଯୁବକ, ୨୯ବର୍ଷିୟ ରେଳ କର୍ମଚାରୀ ଏବଂ ଭିଏସଏସ ନଗର ଅଞ୍ଚଳର ୨୪ବର୍ଷିୟ ଯୁବକ | ଚନ୍ଦ୍ରଶେଖରପୁର ଅଞ୍ଚଳର ୨୮ବର୍ଷିୟ ଯୁବକ କୋଲକାତାରୁ ଫେରିଥିବା ବେଳେ ୨୯ବର୍ଷିୟ ରେଳ କର୍ମଚାରୀ ଦିଲ୍ଲୀ ଓ ଭିଏସଏସ ନଗର ଅଞ୍ଚଳର ୨୪ବର୍ଷିୟ ଯୁବକ ଦିଲ୍ଲୀରୁ ଫେରିଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମସି) |

ସେହିଭଳି ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୧୯ଜଣଙ୍କ ମଧ୍ୟରୁ ୧୬ଜଣ ଘରୋଇ ଡାକ୍ତରଖାନା କର୍ମଚାରୀ ରହିଛନ୍ତି | ୧୬ଜଣଙ୍କ ମଧ୍ୟରେ ୧୩ଜଣ ମହିଳା ଥିବା ବେଳେ(୨୨ବର୍ଷ, ୨୮ବର୍ଷ, ୨୨ବର୍ଷ, ୨୨ବର୍ଷ, ୩୫ବର୍ଷ, ୨୪ବର୍ଷ, ୪୪ବର୍ଷ, ୨୪ବର୍ଷ, ୩୮ବର୍ଷ, ୨୩ବର୍ଷ, ୩୮ବର୍ଷ, ୨୮ବର୍ଷ, ୨୩ବର୍ଷ) ୩ଜଣ ପୁରୁଷ(୪୮ବର୍ଷ, ୧୮ବର୍ଷ, ୨୭ବର୍ଷ) ରହିଛନ୍ତି | ସମସ୍ତେ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ୧୯ଜଣଙ୍କ ମଧ୍ୟରୁ ୨ଜଣ ନୀଳାଦ୍ରି ବିହାର, ଚନ୍ଦ୍ରଶେଖରପୁର ଅଞ୍ଚଳର(୩୯ବର୍ଷୀୟ ପୁରୁଷ, ୩୪ବର୍ଷିୟ ମହିଳା) ହୋଇଥିବା ବେଳେ ଦୁହେଁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି | ଚିହ୍ନଟ ଅନ୍ୟ ଜଣେ କରୋନା ଆକ୍ରାନ୍ତ(୬୫ବର୍ଷିୟ ଵୃଦ୍ଧ) ଶୈଳଶ୍ରୀ ବିହାର ଅଞ୍ଚଳର ବୋଲି ଜଣା ପଡିଛି |

ତେବେ ୨୨ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ପାତ୍ରପଡାରୁ ଜଣେ ୩୭ବର୍ଷିୟ ଯୁବକ ସୁସ୍ଥ ହୋଇଥିବା ବେଳେ, ଡୁମୁଡୁମା ହାଉସିଂବୋର୍ଡ କଲୋନୀରୁ ଜଣେ ୨୭ବର୍ଷିୟ ଯୁବକ, ପଟିଆ ଅଞ୍ଚଳରୁ ୩ଜଣ(୩୨ବର୍ଷିୟ ଯୁବକ, ୬୫ବର୍ଷିୟ ଵୃଦ୍ଧ ଏବଂ ୫୮ବର୍ଷିୟ ମହିଳା), ଶାସ୍ତ୍ରୀ ନଗରର ୟୁନିଟ-୪ ଅଞ୍ଚଳରୁ ଜଣେ ୭୫ବର୍ଷିୟ ବୃଦ୍ଧ, ଜୟଦେବ ବିହାରର ବିଜୁ ପଟନାୟକ କଲେଜ ପାଖରୁ ୨ଜଣ(୭୧ବର୍ଷୀୟା ବୃଦ୍ଧା, ୭୨ବର୍ଷୀୟ ବୃଦ୍ଧ ), ଜୟଦେବ ବିହାରର ଚରଣପାଲି ବସ୍ତିରୁ ଜଣେ ୩୫ବର୍ଷିୟ ଯୁବକ, ସତ୍ୟ ନଗରରୁ ଜଣେ ୩୩ବର୍ଷୀୟ ଯୁବକ, ଆଇଜି କଲୋନୀର କଳିଙ୍ଗ ଷ୍ଟାଡ଼ିୟମ ନିକଟରୁ ଜଣେ ୫୪ବର୍ଷିୟ ପୁରୁଷ, ରସୁଲଗଡ଼ର ନେତାଜୀ ବିହାରରୁ ଜଣେ ୪୭ବର୍ଷିୟ ପୁରୁଷ, ଡୁମୁଡୁମା ହାଉସିଂବୋର୍ଡ କଲୋନୀରୁ ଜଣେ ୨୫ବର୍ଷିୟ ଯୁବକ ଏବଂ କେନ୍ଦ୍ରୀୟ ସରକାରୀ ଡାକ୍ତରଖାନାରୁ ୨ଜଣ(୩୨ବର୍ଷିୟ ଯୁବକ, ୨୪ବର୍ଷିୟ ମହିଳା) ସୁସ୍ଥ ହୋଇଛନ୍ତି |

ସମ୍ବନ୍ଧିତ ଖବର