ରଣପୁର-ରାଜସୁନାଖଳାର ୧୩ କି.ମି ରାସ୍ତା ମଧ୍ୟରେ ୨୩ଟି ହମ୍ପ୍‌ସ

ଅନେକ ସମୟରେ ଦୁର୍ଘଟଣାମାନ ଘଟିବା ସହ ଚୋରି ରାହାଯାନି ଭଳି ଅନେକ ଅସାମାଜିକ କାର୍ଯ୍ୟ ହେଉଥିବା ଅଭିଯୋଗ

ରାଜସୁନାଖଳା : ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଯାନବାହାନଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେଉଁ ସ୍ଥାନରେ, କେତୋଟି, କେତେ ଉଚ୍ଚତା ବିଶିଷ୍ଟ ହମ୍ପ୍‌ସ ନିର୍ମାଣ କରାଯିବ ପ୍ରଶାସନ ନିଷ୍ପତ୍ତି ନେଇଥାଏ। କିନ୍ତୁ ମନ୍ଦ ଉଦ୍ଦେଶ୍ୟରେ ଷ୍ଟପେଜ୍‌ ନଥିବା ସ୍ଥାନରେ ଯାତ୍ରୀବାହୀ ଗାଡ଼ିକୁ ଅଟକାଇବା ଓ ଗାଡ଼ିରୁ ଚାନ୍ଦା ଆଦାୟ କରିବା ପାଇଁ ଲୋକମାନେ ମନ ଇଚ୍ଛା ଛକଗୁଡ଼ିକରେ ହମ୍ପ୍‌ସ ନିର୍ମାଣ କରିଛନ୍ତି। ଯାହା ଫଳରେ ଅନେକ ସମୟରେ ଦୁର୍ଘଟଣାମାନ ଘଟିବା ସହ ଚୋରି ରାହାଯାନି ଭଳି ଅନେକ ଅସାମାଜିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି।

ରଣପୁର-ରାଜସୁନାଖଳାର ୧୩ କି.ମି ରାସ୍ତା ମଧ୍ୟରେ ୨୩ଟି ହମ୍ପ୍‌ସ ରହିଛି, ତାହା ପୁଣି କଂକ୍ରିଟ୍‌ ଓ ପିଚୁରେ ସ୍ଥାୟୀ ଭାବେ ନିର୍ମାଣ କରାଯାଇଛି। ଅପରପକ୍ଷରେ କୌଣସି ଗୁରୁତର ରୋଗୀ ଯିବା ଆସିବା ଓ ନିଆଁଲିଭା ଗାଡ଼ି ଯିବାଆସିବା ପାଇଁ ଅଯଥାରେ ଅଧିକ ସମୟ ଲାଗୁଥିବା ଦେଖିବାକୁ ମିଳିଛି। ନୟାଗଡ଼ ଜିଲ୍ଲାପାଳ ଓ ରାଜ୍ୟ ରାଜପଥ ପ୍ରାଧୀକରଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର