କୋରାପୁଟ: ଟ୍ରେନରେ ଚାଲାଣ ହେଉଥିଲା ଗଂଜେଇ। କୋରାପୁଟରୁ ହରିୟଣାକୁ ଚାଲାଣ ହେଉଥିବା ୨୨ କେଜି ୭୦୦ ଗ୍ରାମ ଗଂଜେଇକୁ ଆଜି କୋରାପୁଟ ଜିଆରପି ପୁଲିସ ଜବତ କରିଥିବାବେଳେ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳା ଜଣକ ହେଲେ ପାଣିପତ ଅଞକ୍ଚଳର ବଲବିନ୍ଦର ସିଂହଙ୍କ ସ୍ତ୍ରୀ ୫୦ ବର୍ଷୀୟା ଚିନ୍ଦୋ । ସେ ତାଙ୍କ ଟ୍ରଲି ବ୍ୟାଗରେ ଏହି ଗଞ୍ଜଇେ ନେଉଥିବାବେଳେ ଧରା ପଡିଛନ୍ତି।
ମିଳିଥିବା ସୂଚନା ମୁତାବକ ଜିଆରପି ପକ୍ଷରୁ କୋରାପୁଟ ରେଳ ଷ୍ଟେସନରେ ନିତିଦିନିଆ ଯାଞ୍ଜ ଜାରି ରହିଥିଲା। କିରଣ୍ଡୁଲ-ବିଶାଖାପାଟଣାକୁ ଯାଉଥିବା ଗାଡି ନମ୍ବର ୦୮୫୧୬ ପାସେଞ୍ଜର ଟ୍ରେନର ଡି-୩ କୋଚରେ ଏହି ମହିଳା ଜଣକ ଏକ ଟ୍ରଲି ବ୍ୟାଗ ସହ ରହିଥିଲା। ଉକ୍ତ ମହିଳାଙ୍କ ହାବଭାବ ଠିକ ନ ଲାଗିବାରୁ ଏସଆଇ ଏ.କେ ମିଶ୍ର ଓ କର୍ମଚାରୀ ଏକଜୁଟିଭ ମାଜିଷ୍ଟ୍ରେଟ ତପନ କୁମାର ନାୟକଙ୍କ ଉପସ୍ଥିତିରେ ଯାଞ୍ଜ କରିଥିଲେ। ଏହି ସମୟରେ ଏକ ଜରିବ୍ୟାଗରେ ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା। ଏହି ଗଞ୍ଜେଇର ବଜାର ଦର ପ୍ରାୟ ଏକ ଲକ୍ଷ ୧୫ ହଜାର ଟଙ୍କା ହେବ। ପୁଲିସ ଏନେଇ ଜିଆରପି ୨୦/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ସମୟରେ ଆରପିଏଫଓଆଇସି ଅଶ୍ବିନ ମିଶ୍ର, ବି.ପି ରାଓ, ଜି.ବି ମୁରଲୀ, କ୍ରିଶନ କୁମରେ ଓ ଶାଲିନି ସାହୁ ପ୍ରମୁଖ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/kpt-ganja-seazed-with-women-1.jpg)
