ଯାଜପୁର: ନେପାଳ ସ୍ଥିତି ଏବଂ ଓଡିଶା ଲିଙ୍କ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ନେପାଳରେ ଫସିଛନ୍ତି ୨୩ ଜଣ ଓଡିଆ । ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇ ଫସିଛନ୍ତି ୨୩ ଓଡିଆ । ସମସ୍ତେ ଯାଜପୁର ମାଲଆନନ୍ଦପୁର ପଞ୍ଚାୟତର ବୋଲି ଜଣାପଡିଛି । ନେପାଳକୁ ତୀର୍ଥ କରିବାକୁ ଯାଇ ଫସି ରହିଛନ୍ତି ତୀର୍ଥଯାତ୍ରୀ । ଦୁଇ ଦିନ ହେଲା ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଅଟକି ରହିଛନ୍ତି।
/filters:format(webp)/sambad/media/media_files/2025/09/11/23-odia-2025-09-11-09-46-59.jpeg)
ତେବେ ଆଜି ସେମାନେ ଭାରତ ଫେରୁଥିବା ସୂଚନା ମିଳିଛି । ସେମାନଙ୍କ ସହ ଚୁକ୍ତି କରିଥିବା ଟ୍ରାଭେଲ୍ସ ସଂସ୍ଥା ମଧ୍ୟ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ନେପାଳରୁ ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ପଶୁପତିନାଥ ଦର୍ଶନ ସହ ଆଉ କିଛି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଯାଇଥିଲେ ସମସ୍ତେ । ଟ୍ରାଭେଲ୍ ସଂସ୍ଥା ଫେରାର ହୋଇ ଯାଇଥିବାରୁ ୨ ଦିନ ହେଲା କାଠମାଣ୍ଡୁର ଏକ ହୋଟେଲରେ ଫସି ରହିଛନ୍ତି । ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।
/filters:format(webp)/sambad/media/media_files/2025/09/11/new-project-5-2025-09-11-09-47-34.jpg)
ସେପଟେ ଗତକାଲି ମଧ୍ଯ ୩ ଓଡିଆ ନେପାଳରେ ଫସିଥିବା ଖବର ମିଳିଥିଲା । କାଠମାଣ୍ଡୁରେ କୁହୁଳୁଥିବା ବିଦ୍ରୋହର ନିଆଁ ଏବଂ ହିଂସା ପରି ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ଓଡିଶାର ୩ ଜଣ ଯୁବକ ଫସିଥିବା ଖବର ଆସିଥିଲା । ୩ ଯୁବକ ଭୁବନେଶ୍ବରର, ସେମାନେ କାଠମାଣ୍ଡୁରେ ହେବାକୁ ଥିବା ୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ଯାଇଥିଲେ । ମାତ୍ର ହିଂସା ପାଇଁ ଉକ୍ତ ସାହିତ୍ୟ ମହୋତ୍ସବକୁ ବାତିଲ କରାଯାଇଥିବା ବେଳେ ସେମାନେ ହିମାଳୟା ହୋଟେଲରେ ରହିଛନ୍ତି ।
/filters:format(webp)/sambad/media/media_files/2025/09/10/klf-2025-09-10-22-54-10.jpg)
୧୩ ଏବଂ ୧୪ ତାରିଖରେ ଏହି ସାହିତ୍ୟ ମହୋତ୍ସବ ହେବାକୁ ଥିବା ବେଳେ ଓଡିଶାର କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା, ସଂଯୋଜକ ଦେବରାଜ ମହାନ୍ତି ଏବଂ ସୌମ୍ୟରଞ୍ଜନ ସାହୁ କାଠମାଣ୍ଡୁ ଅଭିମୁଖେଗସ୍ତ କରିଥିଲେ । ମାତ୍ର ସେଠାରେ ପରିସ୍ଥିତି ଗମ୍ଭୀର ହେବା ପରେ ଫସିରହିଛନ୍ତି । ଆଉ ଆଜି ସେମାନେ ଫେରିପାରନ୍ତି ବୋଲି ସୂଚନା ମିଳିଛି ।
/filters:format(webp)/sambad/media/media_files/2025/09/11/tr-2025-09-11-09-47-47.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/11/new-project-4-2025-09-11-09-44-36.jpg)