ରାୟଗଡ଼ା: ଆଇନଶୃଙ୍ଖଳା ପରିସ୍ଥିତି, ଗଞ୍ଜେଇ ଚୋରା ଚାଲାଣ, ହତ୍ୟା, ଡକାୟତି ଭଳି ମାମଲାର ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର ୨୩ ପୁଲିସ୍ ଅଧିକାରୀ ପୁରସ୍କୃତ ହେବେ। ଆସନ୍ତା ଏପ୍ରିଲ୍ ୧ ତାରିଖରେ ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାସ୍ତରରେ ଏହି ଅଧିକାରୀଙ୍କୁ ସମ୍ମାନିତ କରିବେ ଏସପି। ଏଥି ସହିତ ଜିଲ୍ଲାସ୍ତରରେ ସମ୍ମାନିତ ହୋଇଥିବା ୨୩ ଅଧିକାରୀଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରିବା ପାଇଁ ସର୍ଭିସ୍ ବୁକ୍ ଏବଂ ସମସ୍ତ କାଗଜପତ୍ର କଟକ ପଠାଯାଇଛି।

Advertisment

ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, କୋରାପୁଟ ଜିଲ୍ଲାର ୬, ରାୟଗଡ଼ାର ୬. ନବରଙ୍ଗପୁରର ୫, ମାଲକାନଗିରିର ୬ ପୁଲିସ୍ ଅଧିକାରୀ ପୁରସ୍କୃତ ହେବେ। କୋରାପୁଟ ଜିଲ୍ଲାରୁ ସର୍ବଶ୍ରେଷ୍ଠ ଏସଆଇ ଭାବେ ସବ୍ୟସାଚୀ ଶତପଥୀ, ଶ୍ରେଷ୍ଠ ଏଏସଆଇ ଭାବେ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ଶ୍ରେଷ୍ଠ ହାବିଲଦାର ଭାବେ କେଶବ ସିସା, ‌ଶ୍ରେଷ୍ଠ କନେଷ୍ଟବଳ ଭାବେ ତ୍ରିପତି ଦଳେଇ, ଶ୍ରେଷ୍ଠ ଏପିଆର କନେଷ୍ଟବଳ ଭାବେ ରାଜ କିଶୋର ମୂର୍ତ୍ତି, ଶ୍ରେଷ୍ଠ ଟ୍ରାଫିକ୍ କନେଷ୍ଟବଳ ଭାବେ ଧନେଶ୍ବର ପ୍ରଧାନ ପୁରସ୍କୃତ ହେବା ପାଇଁ ମନୋନିତ ହୋଇଛନ୍ତି।

ସେହିପରି ରାୟଗଡ଼ା ଜିଲ୍ଲାରୁ ସର୍ବଶ୍ରେଷ୍ଠ ଏସଆଇ ଭାବେ ପିତାମ୍ବର ସାଗର, ଶ୍ରେଷ୍ଠ ଏଏସଆଇ ଭାବେ କିଶୋର ଚନ୍ଦ୍ର ବେହେରା, ଶ୍ରେଷ୍ଠ ହାବିଲଦାର ଭାବେ ଏସ୍. ଶ୍ରୀଧର, ଶ୍ରେଷ୍ଠ କନେଷ୍ଟବଳ ଭାବେ ପ୍ରବୀର କୁମାର ଲେଙ୍କା, ଶ୍ରେଷ୍ଠ ଏପିଆର କନେଷ୍ଟବଳ ଭାବେ ହୃଷିକେଶ କୁମ୍ଭାର, ଶ୍ରେଷ୍ଠ ଟ୍ରାଫିକ୍ କନେଷ୍ଟବଳ ଭାବେ ବିଭୂ ପ୍ରିୟ ଭୂ୍ୟାଁ ମନୋନିତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ଶ୍ରେଷ୍ଠ ଏସଆଇ ଭାବେ ଅଭିମନ୍ୟୁ ଦୁର୍ଗା, ଶ୍ରେଷ୍ଠ ଏଏସଆଇ ଭାବେ ଅମର କୁମାର ମିଶ୍ର, ‌ଶ୍ରେଷ୍ଠ ହାବିଲଦାର ଭାବେ ମୁରଲୀଧର ବିଷୋୟୀ, ଶ୍ରେଷ୍ଠ କନେଷ୍ଟବଳ ଭାବେ ଦେବରାଜ ବିଷୋୟୀ, ଶ୍ରେଷ୍ଠ ଏପିଆର କନେଷ୍ଟବଳ ଭାବେ ଦୁର୍ଗା ପ୍ରସାଦ ବିଷୋୟୀ ମନୋନିତ ହୋଇଛନ୍ତି। ମାଲକାନଗିରି ଜିଲ୍ଲାରୁ ଶ୍ରେଷ୍ଠ ଏସଆଇ ଭାବେ କଣ୍ଡାଗିରି ସାଙ୍ଗନା, ଶ୍ରେଷ୍ଠ ଏଏସଆଇ ଭାବେ ମନୋହର ସାହୁ, ଶ୍ରେଷ୍ଠ ହାବିଲଦାର ଭାବେ ବନ୍ଧୁ ବିନାର, ଶ୍ରେଷ୍ଠ କନେଷ୍ଟବଳ ଭାବେ ନମିତାରାଣୀ ଶତପଥୀ, ଶ୍ରେଷ୍ଠ ଏପିଆର କନେଷ୍ଟବଳ ଭାବେ ଗୋପବନ୍ଧୁ ଦତ୍ତ, ଶ୍ରେଷ୍ଠ ଟ୍ରାଫିକ୍ କନେଷ୍ଟବଳ ଭାବେ ପବିତ୍ର ରାୟ ମନୋନିତ ହୋଇଛନ୍ତି।