ଭୁବନେଶ୍ବର: ଆଜି କରୋନା ସଂକ୍ରମଣ ପୁଣି ବଢ଼ିଛି। ଗତକାଲି ୨୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୩୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ୨୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୨ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୧୩ ଜଣ, ଭଦ୍ରକରୁ ୫ ଜଣ, ବଲାଙ୍ଗୀରରୁ ୧ ଜଣ, କଟକରୁ ୩୫ ଜଣ, ଦେବଗଡ଼ରୁ ୩ ଜଣ,  ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୨ ଜଣ, ଝାରସୁଗୁଡ଼ାରୁ ୧ ଜଣ, କଳାହାଣ୍ଡିରୁ ୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯୯, ମାଲକାନଗିରିରୁ ୧ ଜଣ, ମୟୂରଭଞ୍ଜରୁ ୧ ଜଣ, ନୂଆପଡ଼ାରୁ ୮ ଜଣ, ପୁରୀରୁ ୫ ଜଣ, ରାୟଗଡ଼ାରୁ ୧ ଜଣ, ସମ୍ବଲପୁରରୁ ୧୦ ଜଣ, ସୋନପୁରରୁ ୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ ଓ ଷ୍ଟେଟପୁଲରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୦,୧୯୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୭୯, ୯୭୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୦୩୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।