ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍ ବାର୍ଷିକ ପରୀକ୍ଷାର ପଞ୍ଚମ ଦିନ ମଧ୍ୟ କିଛି ଛାତ୍ରଛାତ୍ରୀ କପି କରିଥିବା ଜଣାପଡ଼ିଛି। ସାଧାରଣ ବିଜ୍ଞାନ ପରୀକ୍ଷାରେ ଆଜି ବିଭିନ୍ନ କେନ୍ଦ୍ରରେ ମୋଟ ୨୩୧ ଜଣ ପରୀକ୍ଷାର୍ଥୀ କରି ପରି ଧରାପଡ଼ିଥିବା ଜଣାଯାଇଛି। ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ ଇଂରାଜୀ ବିଷୟରେ କପି କରି ୧୧୦ ଜଣ ଛାତ୍ରଛାତ୍ରୀ ଧରାପଡ଼ିଥିଲେ। ସେହିପରି ଗଣିତ ବିଷୟରେ ମଧ୍ୟ କିଛି ପିଲା କପି କରିଥିବା ଜଣାପଡ଼ିଥିଲା।
ଗତ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ମାତୃଭାଷା ଓଡ଼ିଆ, ୨୨ ତାରିଖରେ ଦ୍ଵିତୀୟ ଭାଷା ଇଂରାଜୀ, ୨୪ ତାରିଖରେ ତୃତୀୟ ଭାଷା (ହିନ୍ଦୀ ଓ ସଂସ୍କୃତ), ୨୬ ତାରିଖରେ ଗଣିତ ପରୀକ୍ଷା ହୋଇଥିଲା। ଆଜି ସାଧାରଣ ବିଜ୍ଞାନ ପରୀକ୍ଷା ଶେଷ ହୋଇଥିବା ବେଳେ ମାର୍ଚ୍ଚ ୧ ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ସେହିପରି ମାର୍ଚ୍ଚ ୨ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛ।
ଏଥର ମାଟ୍ରିକ ପରୀକ୍ଷାକୁ କପି ମୁକ୍ତ କରିବାକୁ ପ୍ରଶ୍ନପତ୍ରରେ ଏକ ଡିଜିଟାଲ କୋଡ ଖଞ୍ଜାଯାଇଛି। ପ୍ରଶ୍ନ ପତ୍ରର ଜେରକ୍ସ କଲେ କିମ୍ବା ଫଟୋ ଉଠାଇ ଭାଇରାଲ କରିବାକୁ ଉଦ୍ୟମ କଲେ ତାହା ସଙ୍ଗେ ସଙ୍ଗେ ଆଡମିନଙ୍କୁ ଜଣାପଡିଯିବ। ଏହା ମାଧ୍ୟମରେ କପି ରୋକାଯାଇପାରିବ ବୋଲି କହିଛି ବୋର୍ଡ।