ଭୁବନେଶ୍ବର: ଆଜି ବି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ ରହିଛି। ଗତକାଲି ୨୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୩୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।
ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ୨୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 16th Sept
New Positive Cases 233
Of which 0-18 years: 34
In quarantine: 136
Local contacts: 97(Details of local contacts will be shared by concerned District)
1. Balasore: 7
2. Bargarh: 7
3. Bhadrak: 1
4. Balangir: 12
5. Boudh: 2
6. Cuttack: 31— I & PR Department, Odisha (@IPR_Odisha) September 17, 2022
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୭, ବରଗଡ଼ରୁ ୭, ଭଦ୍ରକରୁ ୧, ବଲାଙ୍ଗୀରରୁ ୧୨ ଜଣ, ବୌଦ୍ଧରୁ ୨, କଟକରୁ ୩୧ ଜଣ, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧ ଜଣ, ଯାଜପୁରରୁ ୨ ଜଣ, ଝାରସୁଗୁଡ଼ାରୁ ୧, କଳାହାଣ୍ଡି ଜିଲ୍ଲାରୁ ୯ ଜଣ, କନ୍ଧମାଳରୁ ୩ ଜଣ, କେଉଁଝରରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୫୩, କୋରାପୁଟରୁ ୧, ମୟୂରଭଞ୍ଜରୁ ୧୦ ଜଣ, ନବରଙ୍ଗପୁରରୁ ୧୧, ନୟାଗଡ଼ ଜିଲ୍ଲାରୁ ୯ ଜଣ, ନୂଆପଡ଼ାରୁ ୬, ପୁରୀରୁ ୮ ଜଣ, ରାୟଗଡ଼ାରୁ ୨, ସମ୍ବଲପୁରରୁ ୯ ଜଣ, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୨୪ ଜଣ ଓ ଷ୍ଟେଟପୁଲରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୩୧, ୫୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩, ୨୦, ୭୧୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୬୩୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।