ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୩୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୪୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୯୯୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୩୮୦ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 9th July
New Positive Cases: 2334
In quarantine: 1342
Local contacts: 992(Details of local contacts will be shared by concerned Dist Administration)
District Wise Cases:
1. Angul: 64
2. Balasore: 164
3. Bargarh: 17
4. Bhadrak: 121
5. Balangir: 6— I & PR Department, Odisha (@IPR_Odisha) July 10, 2021
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୬୪ଜଣ, ବାଲେଶ୍ୱରରୁ ୧୬୪ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୧୨୧ଜଣ, ବଲାଙ୍ଗୀରରୁ ୬ଜଣ, ବୌଦ୍ଧରୁ ୧୩ଜଣ, କଟକରୁ ୩୭୧ଜଣ, ଦେବଗଡ଼ରୁ ୫ଜଣ, ଢେଙ୍କାନାଳରୁ ୩୪ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୬ଜଣ, ଜଗତସିଂହପୁରରୁ ୧୦୧ ଜଣ, ଯାଜପୁରରୁ ୧୭୯ ଜଣ, ଝାରସୁଗୁଡ଼ାରୁ ୬ଜଣ, କଳାହାଣ୍ଡିରୁ ୯ଜଣ, କନ୍ଧମାଳରୁ ୨୯ ଜଣ, କେନ୍ଦ୍ରାପଡ଼ାରୁ ୧୯୬ଜଣ, କେଉଁଝରରୁ ୫୧ ଜଣ, ଖୋର୍ଦ୍ଧାରୁ ୩୮୦ଜଣ, କୋରାପୁଟରୁ ୧୯ଜଣ, ମାଲକାନଗିରିରୁ ୧୩ଜଣ, ମୟୁରଭଞ୍ଜରୁ ୧୦୪ଜଣ, ନବରଙ୍ଗପୁରରୁ ୭ଜଣ, ନୟାଗଡ଼ରୁ ୯୪ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୧୦୬ଜଣ, ରାୟଗଡ଼ାରୁ ୩୮ଜଣ, ସମ୍ୱଲପୁରରୁ ୨୧ଜଣ, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୮୭ ଓ ଷ୍ଟେଟ ପୁଲରୁ ୭୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୩୭,୪୭୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯,୦୬,୫୧୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୬, ୩୬୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।