କଟକ: ଆଜି କଟକ ସହରରୁ ମୋଟ ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୪୫ ଜଣ ଓ ସ୍ଥାନୀୟ ଅଂଚଳରୁ ୯୧ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

Advertisment

ସରକାରୀ ସଂଗରୋଧରୁ ଆଜି ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୫ ଜଣ କୋଭିଡ ଯୋଦ୍ଧା, ୪୫ ଜଣ ପୁରୁଷ ଓ ୧୭ ଜଣ ମହିଳା ଅଛନ୍ତି। ସେହିପରି ଗୃହ ସଂଗରୋଧରୁ ୭୮ ଜଣ ଆକ୍ରାନ୍ତ ଅଛନ୍ତି। ମାଣିକ ଘୋଷ ସାହି, ମଣ୍ଡି ସାହିରୁ ୫-୫ ଜଣ, ବିଦ୍ୟାଧରପୁରରୁ ୪ ଜଣ, ତୁଳସୀପୁର, ନୟାବଜାର, କଲ୍ୟାଣୀ ନଗର, ମଙ୍ଗଳାବାଗ, ସିଡିଏ ସେକ୍ଟର-୯, ଗୋପାଳପୁରରୁ ୩-୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ସୂଚନାଯୋଗ୍ୟ, କଟକ ସହରରୁ ଏପର୍ଯ୍ୟନ୍ତ ୬ ହଜାର ୬୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୪ ହଜାର ୭୨୦ ଜଣ ସୁସ୍ଥ ହୋଇଥିବା ବେଳେ ୧ ହଜାର ୯୦୭ ଜଣ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ୩୧ ଜଣଙ୍କର ମୃତ୍ୟୁ ହୋଇଛି।

publive-image

ସ୍ଥାନୀୟ ଅଂଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସିଡିଏ ସେକ୍ଟର-୬, ଚାଉଳିଆଗଂଜରୁ ୬-୬ ଜଣ ଓ ନିମସାହିରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅରୁଣୋଦୟ ନଗର, ସେଲଟର ଛକ, ମଙ୍ଗଳାବାଗ, ପାଲାମଣ୍ଡପ, ସିଡିଏ ସେକ୍ଟର-୯, ସତିଚଉରା, କେଶରପୁର, ମହତାବ ରୋଡ଼, ଦେଉଳସାହି, ବଙ୍ଗାଳିସାହି, ଆଲମଚାନ୍ଦ ବଜାର, ପ୍ରଫେସର ପଡ଼ାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି।