ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୩୯ ଜଣ ଥିବାବେଳେ ୧୩୯ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି | ସେହିପରି ୯୮ ଜଣ ସ୍ଥାନୀୟ ସଂକ୍ରମଣରୁ ଜଣାପଡ଼ିଥିବାବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧୧୩ ଜଣ, କଟକରୁ ୧୯ ଜଣ, ସୁନ୍ଦରଗଡରୁ ୧୬, ଷ୍ଟେଟ ପୁଲରୁ ୨୭ ଓ ସମ୍ବଲପୁରରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି |
Covid-19 Report For 30th November
New Positive Cases: 237
Of which 0-18 years: 39
In quarantine: 139
Local contacts: 98(Details of local contacts will be shared by concerned District)
1. Balasore: 5
2. Bhadrak: 2
3. Balangir: 5
4. Boudh: 1
5. Cuttack: 19
6. Dhenkanal: 3— I & PR Department, Odisha (@IPR_Odisha) December 1, 2021
ସେହିପରି ବାଲେଶ୍ୱରରୁ ୫, ଭଦ୍ରକରୁ ୨, ବଲାଙ୍ଗୀରରୁ ୫, ବୌଦ୍ଧରୁ ଜଣେ, ଢେଙ୍କାନାଳରୁ ୩, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୪, କେନ୍ଦ୍ରାପଡ଼ାରୁ ୩, ମୟୁରଭଞ୍ଜରୁ ୮ ଜଣ ପଜିଟିଭ ଚିହ୍ନଟ ଓଇଛନ୍ତି | ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୯ ହଜାର ୩୪୫ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୩୮ ହଜାର ୫୦୯ ଜଣ ସୁସ୍ଥ ହୋଇଛନ୍ତି |