୨୪ ଡାକ୍ତରଙ୍କୁ ପଦୋନ୍ନତି

ଭୁବନେଶ୍ବର : ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଅତିରିକ୍ତ ନିର୍ଦେଶକ(ଲେଭଲ-୧) ପଦବିରେ ରହିଥିବା ଡାକ୍ତରଙ୍କୁ ଲେଭଲ-୧କୁ ପଦୋନ୍ନତି ଦେଇଛନ୍ତି। ୨୪ଜଣ ଡାକ୍ତର ପଦୋନ୍ନତି ପାଇବା ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ରାଜ୍ୟ ଔଷଧ ନିଗମରେ ମହାପ୍ରବନ୍ଧକ (ପ୍ରୋକ୍ୟୁରମେଣ୍ଟ) ଡା.ବି ମହାପାତ୍ରଙ୍କୁ ଖୋର୍ଧା ସିଡିଏମ୍‌ଓ, ଡା.ବନଲତା ଦେବୀ କଳାହାଣ୍ଡି ସିଡିଏମ୍‌ଓ, ଡା.ଅମରେନ୍ଦ୍ର ନାଥ ମହାନ୍ତି ସିଡିଏମ୍‌ଓ ଅନୁଗୁଳ, ଡା.ଚୌଧୁରୀ ସ୍ବରୂପ ମିଶ୍ର ସିଡିଏମ୍‌ଓ କେନ୍ଦୁଝର, ଡା.ଡି ତ୍ରିପାଠୀ ଜୟପୁର ଏସ୍‌ଡିଏଚ୍‌ ଅଧୀକ୍ଷକ, ଡା.ବିଜୟ ପାଣିଗ୍ରାହୀ ସିଡିଏମ୍‌ଓ ଗଜପତି, ଡା.ରାମଚନ୍ଦ୍ର ରାଉତ ସିଡିଏମ୍‌ଓ ପୁରୀ, ଡା.ରଶ୍ମି ପ୍ରକାଶ ଶତପଥୀ ସିଡିଏମ୍‌ଓ ଯାଜପୁର, ଡା.ଶ୍ବେତା ମହାପାତ୍ର ସିଡିଏମ୍‌ଓ ନୟାଗଡ଼, ଡା.ଉର୍ମିଳା ମିଶ୍ର ସିଡିଏମ୍‌ଓ କେନ୍ଦ୍ରାପଡ଼ା, ଡା.କୌଶଲ୍ୟା ପ୍ରଧାନ ସିଡିଏମ୍‌ଓ ଝାରସୁଗୁଡ଼ା, ଡା.ବାଣୀ ପ୍ରସାଦ ଚୌଧୁରୀ ସିଡିଏମ୍‌ଓ କୋରାପୁଟ, ଡା.ନିରଞ୍ଜନ ମିଶ୍ର ସିଡିଏମ୍‌ଓ ଢେଙ୍କାନାଳ, ଡା.ଜି. ପଟ୍ଟନାୟକ ସିଡିଏମ୍‌ଓ ସିଡିଏମ୍‌ଓ ଗଜପତିରେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର