ରାଜପଥ ପାରିହେଲେ ୨୪ ଘରିଆ ହାତୀ ପଲ

ଢେଙ୍କିକୋଟ: ଗତକାଲି ମଣିଷମୁଣ୍ତ ସାହି ଓ ଅସନବଣି ଅଞ୍ଚଳରେ ହାତୀ ପଲ ଚାଷ ଜମିରେ ପଶି ଧାନ ଖାଇବା ପରେ ଆଜି ଦିନ ୧୧ ଘଟିକା ସମୟରେ ସେଠାରୁ ବାହାରି ପିପିଳିଆ ନିକଟରେ ୨୦ ନଂ ଜାତୀୟ ରାଜପଥ ପାର ହୋଇ ଘାଟି ମଙ୍ଗଳା ଜଙ୍ଗଲରେ ଡେରା ପକାଇଛନ୍ତି ।

ଏତେ ସଂଖ୍ୟକ ହାତୀ ଜାତୀୟ ରାଜପଥ ୪ ଲେନ ପାର ହେବା ସମୟରେ ଶହ ଶହ ଯାନବାହନରେ ଥିବା ଲୋକେ ଅଟକି ରହିବା ସହ ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିଥିଲେ। ଢେଙ୍କିକୋଟ ବନକ୍ଷେତ୍ର ଅନ୍ତର୍ଗତ ପିପିଳିଆ ବନରକ୍ଷୀ ଅନିତା ରାଉତ ଓ ପାରାକର୍ମଚାରୀ ମାନେ ହାତୀ ପଲ ଙ୍କୁ ଜଗି ରହିଛନ୍ତି । ହାତୀଙ୍କ ଉପସ୍ଥିତି ବେଳେ ଢେଙ୍କିକୋଟ ବନରକ୍ଷୀ ପଦ ଖାଲି ପଡ଼ିଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର