ସ୍ୱାଭାବିକ ହେଉଛି ମହାନଦୀରେ ବନ୍ୟା ପରିସ୍ଥିତି, ହୀରାକୁଦର ୨୪ଟି ଗେଟ ଖୋଲା

ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧରେ ଜଳସ୍ତର କମିବା ସହ ମହାନଦୀରେ ବନ୍ୟା ପରିସ୍ଥିତି ଦିନକୁ ଦିନ ସ୍ୱାଭାବିକ ହେବାରେ ଲାଗିଛି ।
ଜଳସଂପଦ ବିଭାଗ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ହୀରାକୁଦ ଜଳ ଭଣ୍ଡାରର ଏବେ ୨୪ଟି ଗେଟ ଖୋଲା ରହିଛି । ତା’ ମଧ୍ୟରେ ବାମ ସ୍ପିଲେଓ୍ଵର ୧୫ଟି ଓ ଡାହାଣ ସ୍ପିଲେଓ୍ଵର ୯ଟି ଗେଟ ଅନ୍ତର୍ଭୁକ୍ତ ।

ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ୬୨୫.୫୬ ଫୁଟ ଜଳ ରହିଛି । ଏବେ ଏହି ଜଳଭଣ୍ଡାରକୁ ଘଣ୍ଟାକୁ ହାରାହାରି ୩ ଲକ୍ଷ ୭୪ ହଜାର ୬୧୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ହାରାହାରି ୪ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ସେହିପରି ତଳମୁଣ୍ଡରେ ଥିବା ମୁଣ୍ଡୁଳୀଠାରେ ମଧ୍ୟ ବନ୍ୟାଜଳ ନିଷ୍କାସନ କ୍ରମଶଃ ହ୍ରାସ ପାଉଛି । ଏବେ ଏହି ବ୍ୟାରେଜ ଦେଇ ୮.୦୬ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି । ଗତକାଲି ଏହା ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଥିଲା । ଫଳରେ ଗତ ୨୬ ଘଣ୍ଟାରେ ଜଳ ନିଷ୍କାସନ ୨ ଲକ୍ଷ ୨ ହଜାର କ୍ୟୁସେକ ହ୍ରାସ ପାଇଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟ୍ଵିଟ କରି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର