ହୀରାକୁଦର ୮ ଗେଟ୍ ବନ୍ଦ ହେଲା, ଆଉ ୨୪ ଖୋଲା

ସମ୍ବଲପୁର : ମଙ୍ଗଳବାର ହୀରାକୁଦର ଆଉ ୮ ଗେଟ୍ ବନ୍ଦ କରାଯାଇଥିବା ସମୟରେ ଏବେ ବି ୨୪ଟି ସ୍ଲୁଇସ୍‌ ଗେଟ୍ ଖୋଲା ରହିଛି। ରାତି ୯ଟା ବେଳକୁ ଜଳପତ୍ତନ କ୍ରମଶଃ ଖସି ୬୨୫.୫୬ ଫୁଟ୍‌ରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୩ ଲକ୍ଷ ୨୮ ହଜାର ୨୬୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ହାରାହାରି ୪ ଲକ୍ଷ ୦୪ ହଜାର ୯୯୮ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସେଥିରୁ ବାମ ସ୍ପିଲ୍‌ୱେ’ ୧୫ ଓ ଡାହାଣ ସ୍ପିଲ୍‌ୱେ’ର ୯ଟି ଗେଟ୍‌କୁ ମିଶାଇ ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା। ସେହି ସମୟର ହୀରାକୁଦ ତଳମୁଣ୍ଡ ବେଲଗାଁଠାରେ ୧୫,୨୦୦ କ୍ୟୁସେକ୍‌, ପଥର୍ଲାଠାରେ ୫୩,୩୪୬ କ୍ୟୁସେକ୍‌, ଖଇରମାଳଠାରେ ୫ ଲକ୍ଷ ୪୮ ହଜାର କ୍ୟୁସେକ୍‌, ବରମୂଳଠାରେ ୬ ଲକ୍ଷ ୯୦ ହଜାର ୨୫୦ କ୍ୟୁସେକ୍‌, ମୁଣ୍ଡଳିଠାରେ ୮ ଲକ୍ଷ ୯୫ ହଜାର ୭୦୮ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର