୩ ପୌରପାଳିକାକୁ ଗଲେ ୯ ଅଫିସର୍‌, ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌

ଭୁବନେଶ୍ବର : ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ତିନି ପ୍ରମୁଖ ପୌରାଞ୍ଚଳରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନ୍ୟ ଜିଲ୍ଲାର ପୌରପାଳିକାରୁ ୯ ଜଣ ନିର୍ବାହୀ ଅଧିକାରୀଙ୍କୁ ପଠାଯାଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।

ବାଲେଶ୍ବର ପୌରପାଳିକାକୁ ସହଯୋଗ କରିବା ପାଇଁ ଜୁନାଗଡ଼ ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର, ଅନୁଗୁଳ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ବୀରମିତ୍ରପୁର ନିର୍ବାହୀ ଅଧିକାରୀ ସମ୍ବିତ ଦାସ ଓ ବଲାଙ୍ଗୀର ନିର୍ବାହୀ ଅଧିକାରୀ ବିପିନ ବହାରୀ ଦୀପ, ଜଳେଶ୍ବର ପୌରପାଳିକାକୁ ସହଯୋଗ କରିବା ପାଇଁ ‌କୋରାପୁଟ ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ଓ କେସିଙ୍ଗା ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ପଠାଯାଇଛି। ଏହି ୬ ଅଧିକାରୀଙ୍କୁ ବାଲେଶ୍ବର ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟିଂ କରିବାକୁ କୁହାଯାଇଛି।

ସେହିପରି ବାରିପଦା ପୌରପାଳିକାକୁ ସହଯୋଗ କରିବା ପାଇଁ ଯୋଡ଼ା ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଫୁଲବାଣୀ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଓ ସୋନପୁର ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରାଉତଙ୍କୁ ପଠାଯାଇଛି। ଏହି ୩ ଅଧିକାରୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟିଂ କରିବେ। ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଏହି ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ପହଞ୍ଚିବା ପାଇଁ ନି‌‌ର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍ କରାଯାଇଛି। ବିଭାଗୀୟ ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର(ମୋ: ୯୩୪୮୬୦୮୩୮୩) ଏବଂ ଉପ ସଚିବ ସନ୍ତୋଷ କୁମାର ଦାଶ (ମୋ: ୮୮୪୭୮୨୩୨୨୭)ଙ୍କ ତତ୍ତ୍ବାବଧାନରେ ସୁଡା କାର୍ଯ୍ୟାଳୟ ପରିସରରେ ଏହି କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ଏଠାରେ ବାତ୍ୟା ସମୟରେ ସମସ୍ତ ପ୍ରକାର ଅଭିଯୋଗ ଗ୍ରହଣ କରାଯିବ। କଣ୍ଟ୍ରୋଲ୍‌ ରୁମ୍‌ ପାଇଁ ଜାରି ହୋଇଥିବା ମୋବାଇଲ୍‌ ନମ୍ବରଗୁଡ଼ିକ ହେଲା ୯୩୩୭୯୨୭୦୭୪, ୮୯୧୭୫୯୧୮୭୭(ସକାଳ ୬ଟାରୁ ଅପରାହ୍ନ ୨ଟା), ୯୯୩୭୦୪୩୫୮୦, ୮୯୮୪୩୮୭୯୯୭ (ଅପରାହ୍ନ ୨ଟାରୁ ରାତି ୧୦ଟା), ୯୪୩୭୪୭୮୫୦୯, ୯୮୫୩୨୭୪୯୩୨ ( ରାତି ୧୦ଟାରୁ ସକାଳ ୬ଟା)। ୨୫ ତାରିଖ ମଙ୍ଗଳବାର ସକାଳୁ ଏହି କଣ୍ଟ୍ରୋଲ୍‌ ରୁମ୍ କାର୍ଯ୍ୟକ୍ଷମ ହେବ।

ସମ୍ବନ୍ଧିତ ଖବର