୨୪ରେ ୨୪ ବିଧାୟକଙ୍କୁ ମିଳିବ ‘ଶ୍ରେଷ୍ଠ ବିଧାୟକ’ ସମ୍ମାନ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ୮ ବର୍ଷ ପାଇଁ ଏକକାଳୀନ ଭାବେ ୨୪ଜଣ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ କରାଯିବ। ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭା ପକ୍ଷରୁ ଏଭଳି ସମ୍ବର୍ଧନା ଉତ୍ସବର ଆୟୋଜନ କରାଯାଉଛି।

ଆସନ୍ତା ୨୪ ତାରିଖ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ରହିଛି। ଶ୍ରେଷ୍ଠ ବିଧାୟକମାନଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନ ପ୍ରଦାନ କରାଯିବ। ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ବିଷ୍ଣୁଚରଣ ଦାସ(୨୦୦୯), ଅରୁଣ କୁମାର ସାହୁ(୨୦୧୦), ପ୍ରଭାତ କୁମାର ବିଶ୍ୱାଳ(୨୦୧୧), ଡା. ପ୍ରଫୁଲ ମାଝୀ(୨୦୧୨), ଅମର ପ୍ରସାଦ ଶତପଥୀ(୨୦୧୩), ପ୍ରମିଳା ମଲ୍ଲିକ(୨୦୧୪), ରଣେନ୍ଦ୍ର ପ୍ରତାପ ସ୍ୱାଇଁ(୨୦୧୫) ଓ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ(୨୦୧୬)ଙ୍କୁ ସମ୍ମାନିତ କରାଯିବ।

ଉତ୍କଳ ଗୌରବ ସମ୍ମାନ ପାଇବେ ସୁରେନ୍ଦ୍ର ନାଥ ନାୟକ(୨୦୦୯), ବିମ୍ବାଧର କୁଅଁର(୨୦୧୦), ନିତ୍ୟାନନ୍ଦ ପ୍ରଧାନ(୨୦୧୧), ଉମେଶ ଚନ୍ଦ୍ର ସ୍ୱାଇଁ(୨୦୧୨), ବିକ୍ରମ କେଶରୀ ବର୍ମା(୨୦୧୩), ରାଜେନ୍ଦ୍ର ଢୋଲକିଆ(୨୦୧୪), ସୁରେନ୍ଦ୍ର ନାଥ ପରମାଣିକ(୨୦୧୫) ଓ ଚକ୍ରଧର ପାଇକ(୨୦୧୬)। ସେହିପରି ଉତ୍କଳମଣି ସମ୍ମାନରେ ସଂଜୟ କୁମାର ଦାସବର୍ମା(୨୦୦୯), ପ୍ରୀତିରଞ୍ଜନ ଘଡ଼େଇ(୨୦୧୦), ସମୀର ରଂଜନ ଦାଶ(୨୦୧୧), ପ୍ରଶାନ୍ତ କୁମାର ମୁଦୁଲି(୨୦୧୨), ବିଜୟ କୁମାର ମହାନ୍ତି(୨୦୧୩), ଡା. ରାସେଶ୍ୱରୀ ପାଣିଗ୍ରାହୀ(୨୦୧୪), ଦିବ୍ୟଶଙ୍କର ମିଶ୍ର(୨୦୧୫) ଓ ପ୍ରଦୀପ ପୁରୋହିତ(୨୦୧୬)ଙ୍କୁ ସମ୍ମାନିତ କରାଯିବ।

ସମ୍ବନ୍ଧିତ ଖବର