ଭୁବନେଶ୍ବର : ମହାମାରୀ ବର୍ଷ ୨୦୨୧ରେ ଯେତେବେଳେ ରକ୍ତହୀନତା, ପୁଷ୍ଟିହୀନତା ଜଟିଳ ହୋଇପଡ଼ିଥିଲା, ସରକାର ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ମାଗଣାରେ ଚାଉଳ ଦେଉଥିଲେ। ବିଭିନ୍ନ ସାମାଜିକ ସଙ୍ଗଠନର ସହଯୋଗରେ ରନ୍ଧାଖାଦ୍ୟ ଦିଆଯାଉଥିଲା। ଅଙ୍ଗନବାଡି ଦିଦି ଘରକୁ ଘର ବୁଲି ଛତୁଆ ଏବଂ ଅଣ୍ଡା ଦେଉଥିଲେ। ସେହି ସମୟରେ ସୂଚନା ଥାଇ ମଧ୍ୟ ରାଜ୍ୟର ୨୪ ହଜାର ୩୫୫ ଝିଅଙ୍କୁ ମମତା ଯୋଜନାରୁ ବଞ୍ଚିତ କରାଯାଇଥିଲା। ୨୦୨୨ ଅଗଷ୍ଟ ସୁଦ୍ଧା ମଧ୍ୟ ଏହି ସଂଖ୍ୟା ୧୦ ହଜାର ୧୦୯ ଥିଲା। ବାଲ୍ୟ ବିବାହ କିମ୍ବା ଦୁଷ୍କର୍ମର ଶିକାର ହୋଇ ଏହି ଝିଅମାନେ ୧୯ବର୍ଷ ପୂର୍ବରୁ ମା’ ହେବାରୁ ମମତା ଯୋଜନା ଅନ୍ତର୍ଗତରେ ଦିଆଯାଉଥିବା ୫ହଜାର ଟଙ୍କାରୁ ସେମାନଙ୍କୁ ବଞ୍ଚିତ କରାଯାଇଥିଲା। କେବଳ ଏହି ବର୍ଷ ନୁହେଁ, ପ୍ରତିବର୍ଷ ୧୯ବର୍ଷ ପୂର୍ବରୁ ମା’ ହୋଇଥିବା ଝିଅଙ୍କୁ ମମତା ଯୋଜନା ବଞ୍ଚିତ କରାଯାଏ।
୨୦୨୨ ଅଗଷ୍ଟ ସୁଦ୍ଧା ୧୦ ହଜାରରୁ ଅଧିକ ମମତାରୁ ବାଦ
ପ୍ରଶ୍ନ ପଚାରିଲେ ତଥ୍ୟ ଦେଉ ନାହାନ୍ତି ମହିଳା-ଶିଶୁ କଲ୍ୟାଣ ବିଭାଗ
ଆଶ୍ଚର୍ଯ୍ୟଜନକ ହେଲା, ସରକାର ଶିଶୁଙ୍କୁ ସୁରକ୍ଷିତ ରଖି ପାରୁନାହାନ୍ତି କିନ୍ତୁ ମମତା ଯୋଜନାରୁ ବଞ୍ଚିତ ବାଳିକା ମା’ଙ୍କ ବିଷୟରେ ପଚାରିଲେ ଫାଙ୍କି ଦେଉଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ୧୦ ବର୍ଷ ମଧ୍ୟରେ ମମତା ଯୋଜନାରୁ ବଞ୍ଚିତ ୧୯ ବର୍ଷ ପୂର୍ବରୁ ବାଳିକା ମା’ଙ୍କ ସଂଖ୍ୟା ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ମଧ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ମୂଳର ପ୍ରଶ୍ନର ତଥ୍ୟ ନ ଦେଇ ପ୍ରସୂତିଙ୍କୁ ଦିଆଯାଉଥିବା ସୁଷମ ଖାଦ୍ୟ ବିଷୟରେ କହିଥିଲେ।
/sambad/media/post_attachments/wp-content/uploads/2023/03/pratant-lll.jpg)
ସୂଚନା ଅନୁଯାୟୀ, ମମତା ଯୋଜନା ଅନ୍ତର୍ଗତରେ ସରକାରୀ କର୍ମଚାରୀ ହୋଇନଥିବା ତଥା ସ୍ବାମୀ କିମ୍ବା ତାଙ୍କର ମାସିକ ଆୟ ୧୫ ହଜାରରୁ କମ ରହିଥିଲେ ଜଣେ ଗର୍ଭବତୀ ଏବଂ ତାଙ୍କ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଗର୍ଭାବସ୍ଥା ସମୟରେ ୩ ହଜାର ଟଙ୍କା ଏବଂ ଶିଶୁ ଜନ୍ମର ୯ ମାସ ପରେ ୨ ହଜାର ଟଙ୍କା ଦିଆଯାଇଥାଏ। ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଅନ୍ତର୍ଗତରେ କାର୍ଯ୍ୟକାରୀ ଏହି ଯୋଜନାକୁ ଚଳିତ ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରଶଂସା କରିଥିଲେ। ୨୦୧୧ ମସିହାରୁ ଆରମ୍ଭ ହୋଇଥିବା ଯୋଜନା ଅନ୍ତର୍ଗତରେ ଆଜି ପର୍ଯ୍ୟନ୍ତ ୫୫ ଲକ୍ଷ ୩୧ ହଜାର ଗର୍ଭବତୀଙ୍କୁ ସମୁଦାୟ ୨ ହଜାର ୬ଶହ ୪୬ କୋଟି ୫୬ ଲକ୍ଷ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା। ମମତା ଯୋଜନା ପାଇଁ ୨୧୯ କୋଟି ବ୍ୟୟ ବରାଦ କରାଯାଇଥିବା ମଧ୍ୟ ସୂଚନା ଦିଆଯାଇଥିଲା। କିନ୍ତୁ ପ୍ରତିବର୍ଷ ବାଳିକା ମା ହେଉଥିବା ଏତେ ସଂଖ୍ୟାର ଗର୍ଭବତୀଙ୍କୁ ସରକାର ଯଦି ମମତା ଯୋଜନାରୁ ବଞ୍ଚିତ କରୁଥିବେ ସମସ୍ତଙ୍କ ପାଖରେ ଏହାର ସୁଫଳ କିଭଳି ମିଳିବ ତାହା ପ୍ରଶ୍ନବାଚୀ ସୃଷ୍ଟି ହୁଏ।
କାରଣ ଏନଏଫଏଚଏସ-୫ (୨୦୧୯-୨୧)ର ରିପୋର୍ଟ ଅନୁସାରେ ଝିଅଙ୍କ ବାଲ୍ୟ ବିବାହ ୨୦.୫ ପ୍ରତିଶତ ରହିଛି। ପ୍ରକୃତରେ ଏହା ମଧ୍ୟ ରାଜ୍ୟରେ ବାଲ୍ୟ ବିବାହର ପ୍ରକୃତ ଚିତ୍ର ନୁହେଁ। ସ୍ଥିତି ଆହୁରି ଜଟିଳ ରହିଛି। ଦୁଷ୍କର୍ମ ଯୋଗୁଁ ମା ହେଉଥିବା ଝିଅଙ୍କୁ ନେଇ ମଧ୍ୟ ଆଉ ଏକ ତ୍କୁର ଚିତ୍ର ରହିଛି। ୧୯ ବର୍ଷ ପୂର୍ବରୁ କୌଣସି ବାଳିକା ମାର ବୋଝ ନ ସହନ୍ତୁ, ସରକାରଙ୍କ ଏହି ଉଦେଶ୍ୟ ମହତ। କିନ୍ତୁ ସମାଜର ରକ୍ଷଣଶୀଳ ପୁରୁଷତାନ୍ତ୍ରିକ ମାନସିକତାକୁ ନବୁଝି ସରକାର ଯଦି ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବେ ତେବେ ଏଥିରେ କେବଳ ବାଳିକା ମା ଓ ଶିଶୁ ହିଁ କ୍ଷତିଗ୍ରସ୍ତ ହେବେ। ରକ୍ତହୀନତା ଓ ଅପପୁଷ୍ଟିର ଶତ ପ୍ରତିଶତ ସଫଳତା ମିଳିବା ସ୍ବପ୍ନ ହୋଇ ପଡ଼ିବ। ଦୁଷ୍କର୍ମ ଏବଂ ବାଲ୍ୟ ବିବାହ ପୀଡ଼ିତାଙ୍କୁ ଯୋଜନାରୁ ବାଦ ଦିଆଯିବା ଦ୍ବାରା ପୀଡ଼ିତାଙ୍କ ଅନ୍ୟାୟ ହେଉଛି ବୋଲି ମତପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/bigstock-Silhouette-Of-Pregnant-Young-L-78041012-L_1.jpg)