ଶିକ୍ଷକଙ୍କୁ ମାଡ଼ମାରି ଲୁଟିନେଲେ ୨୪ ହଜାର

ତେଲକୋଇ : ଜଣେ ଶିକ୍ଷକଙ୍କୁ ମାଡ଼ ମାରି ଦୁର୍ବୃତ୍ତମାନେ ୨୪ ହଜାର ଟଙ୍କା, ମୋବାଇଲ ଓ ଚଷମା ଛଡ଼ାଇ ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଶିକ୍ଷକ ଜଣଙ୍କ ହେଲେ ତେଲକୋଇ ତଳସାହି ଆଶ୍ରମ ସ୍କୁଲ୍‌ର ପ୍ରଧାନଶିକ୍ଷକ ଅଭିମନ୍ୟୁ ନାୟକ। ଅଭିମନ୍ୟୁ ଗତକାଲି ରାତି ପ୍ରାୟ ସାଢ଼େ ୮ଟାବେଳେ କାର୍‌ରେ ଗାଁ ଝାରବେଡ଼ାକୁ ଫେରୁଥିଲେ।

ସାଥୀରେ ଆଉ ଦୁଇଜଣ ସହଯୋଗୀ ଥିଲେ। ଶିରିଗିଡ଼ା ବ୍ୟାଙ୍କ ନିକଟରେ ହଠାତ୍ ୧୦/୧୫ ଜଣ ଦୁର୍ବୃତ୍ତ ରାସ୍ତାକୁ ଆସି କାର୍‌ ଅଟକାଇ ଥିଲେ। ଅଭିମନ୍ୟୁଙ୍କୁ କାର୍‌ ଭିତରୁ ଟାଣି ଆଣି ମାଡ଼ ମାରିବା ସହିତ ଟଙ୍କା, ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଛଡ଼ାଇ ନେଇଥିଲେ। ଏନେଇ ଅଭିମନ୍ୟୁ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର