ବଜେଟ୍ ପାଇଁ ୨୪୦୦ ମତାମତ ଆସିଥିଲା

ଭୁବନେଶ୍ବର : ବଜେଟ୍ ପ୍ରସ୍ତୁତିକୁ ଅଧିକ ବ୍ୟାପକ ଓ ସହଭାଗୀ କରିବା ପାଇଁ ସମାଜର ବିଭିନ୍ନ ବର୍ଗକୁ ଏହି ପ୍ରକ୍ରିୟାରେ ସାମିଲ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ଅଂଶୀଦାରଙ୍କଠାରୁ ମତାମତ ଲୋଡ଼ାଯାଇଛି। ସେହି ମତାମତଗୁଡ଼ିକୁ ଗ୍ରହଣ କରିବା ଲାଗି ସ୍ବତନ୍ତ୍ର ୱେବ୍ ପୋର୍ଟାଲ୍‌ ଖୋଲାଯାଇଥିଲା। ଏହା ବ୍ୟତୀତ ଇ-ମେଲ୍, ଏସ୍‌ଏମ୍ଏସ୍‌, ହ୍ବାଟସ୍‌ଆପ୍‌ରେ ମତାମତ ପଠାଇବା ଲାଗି ମଧ୍ୟ ଲୋକମାନଙ୍କୁ ଆହ୍ବାନ ଦିଆଯାଇଥିଲା। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଯଥା ଟ୍ବିଟର୍‌ ଓ ଫେସ୍‌ବୁକ୍‌ରେ ମଧ୍ୟ ମତାମତ ଲୋଡ଼ାଯାଇଥିଲା। ଏହି ସବୁ ମାଧ୍ୟମରେ ସରକାରଙ୍କ ପାଖକୁ ୨୪୦୦ରୁ ଅଧିକ ମତାମତ ପହଞ୍ଚିଥିଲା। ସେଗୁଡ଼ିକୁ ସରକାର ବଜେଟ୍ ପ୍ରସ୍ତୁତି ବେଳେ ବିଚାରକୁ ନେଇଥିଲେ।

ସମ୍ବନ୍ଧିତ ଖବର