ଝୁମ୍ପୁରା: ସୁନ୍ଦରଗଡ଼ ଜିଲ୍ଲା ଝୁମ୍ପୁରା ବ୍ଲକ୍ ଉଖୁଣ୍ଡା ଅଞ୍ଚଳରେ ବୁଧବାର ରାତିରେ ୨୫ଟିକିଆ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀପଲ ତିନି ଭାଗରେ ବିଭକ୍ତ ହୋଇ ଜାମୁଦରସାହି, ଗୋପୀବଲ୍ଲଭପୁର, କଞ୍ଚନଡୁମୁରିଆ, ରାଧିକାଦେଇପୁର ଓ ବାରିଆରେ ପଶିଥିଲେ।
ତଳି କିଆର ନଷ୍ଟ କରିବା ସହ ପରିବା ଚାଷ ଉଜାଡ଼ି ଦେଇଛନ୍ତି। ହାତୀପଲକୁ ଦେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନ୍ୟପକ୍ଷରେ ଲୋକମାନେ ଚାରିଆଡ଼େ ଜଗି ରହିଥିବାରୁ ହାତୀପଲ ଯାଇପାରୁ ନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/2-14.jpg)