ନୂଆ ୬୩ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ୨୫ଜଣ ଗୁଜୁରାଟ ଫେରନ୍ତା

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୬୩ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଛି | ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୬୧ଜଣ ସଙ୍ଗରୋଧରେ ଥିଲେ ଏବଂ ଦୁଇଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ, ଏହି ୬୩ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ୨୫ଜଣ ଗୁଜୁରାଟ ଫେରନ୍ତା ବୋଲି ଜଣାଯାଇଛି।
ଏମାନଙ୍କ ଭିତରୁ ଢେଙ୍କାନାଳ ଜିଲ୍ଲାର ୯ଜଣ,  ଗଞ୍ଜାମ ଜିଲ୍ଲାର ୪, ନୟାଗଡ଼ ଜିଲ୍ଲାର ୬ଜଣ, ଖୋର୍ଦ୍ଧା ଜିଲ୍ଲାର ୩ଜଣ, ଜଗତସିଂହପୁର ଜିଲ୍ଲାର ୨ ଓ ନବରଙ୍ଗପୁର ଜିଲ୍ଲାର ଜଣେ ଗୁଜୁରାଟ ଫେରନ୍ତା ଅଛନ୍ତି।

ଗଞ୍ଜାମ ଜିଲ୍ଲାର ୪ଜଣଯାକ ସୁରତ ଫେରନ୍ତା। ଭୁବନେଶ୍ବରର ଜଣେ ମହାରାଷ୍ଟ୍ର ଓ ଜଣେ ଦିଲ୍ଲୀ ଫେରନ୍ତା ଅଛନ୍ତି। ବାଲେଶ୍ବରର ୩ଜଣଙ୍କ ଭିତର ଜଣେ ମହାରାଷ୍ଟ୍ର, ତାମିଲନାଡ଼ୁ ଫେରନ୍ତା ଓ ପଶ୍ଚିମବଙ୍ଗ ଫେରନ୍ତା ସଂକ୍ରମିତ ଅଛନ୍ତି। ଖୋର୍ଦ୍ଧାର ୧୦ ସଂକ୍ରମିତଙ୍କ ଭିତରୁ ୩ଜଣ ଗୁଜୁରାଟ ଫେରନ୍ତା, ୫ଜଣ ମହାରାଷ୍ଟ୍ର ଫେରନ୍ତା ଓ ୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ଅପରପକ୍ଷରେ ନୟାଗଡ଼ ଜିଲ୍ଲାର ୭ଜଣଙ୍କ ଭିତର ଜଣେ ପଶ୍ଚିମବଙ୍ଗ ଫେରନ୍ତା ଓ ୬ଜଣ ସୁରତ ଫେରନ୍ତା ଅଛନ୍ତି। ବଲାଙ୍ଗୀରରୁ ଚିହ୍ନଟ ୬ଜଣ ମହାରାଷ୍ଟ୍ରରୁ ଫେରିଛନ୍ତି। ଜଗତସିଂହପୁର ଜିଲ୍ଲାର ୧୧ଜଣ ଆକ୍ରାନ୍ତଙ୍କ ଭିତରୁ ୩ ପଶ୍ଚିମବଙ୍ଗ ଫେରନ୍ତା, ୨ ଗୁଜୁରାଟ ଫେରନ୍ତା, ୨ ତାମିଲନାଡ଼ୁ ଓ ଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା ଓ ୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ପୁରୀର ଚିହ୍ନଟଜଣକ ଛତିଶଗଡ଼ ଫେରନ୍ତା। କଟକରୁ ଚିହ୍ନଟ ୨ଜଣ ପଶ୍ଚିମବଙ୍ଗରୁ ଓ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି।

ଢେଙ୍କାନାଳ ଜିଲ୍ଲାର ୯ଜଣଯାକ ସୁରତ ଫେରନ୍ତା। ସମ୍ବଲପୁର ଚିହ୍ନଟଜଣକ ମହାରାଷ୍ଟ୍ରରୁ ଫେରିଥିବା ବେଳେ କୋରାପୁଟର ଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା ଅଛନ୍ତି। ଝାରସୁଗୁଡ଼ାରୁ ଜଣେ ମହାରାଷ୍ଟ୍ର ଫେରନ୍ତା ଓ ନବରଙ୍ଗପୁର ଚିହ୍ନଟଜଣକ ସୁରତ ଫେରନ୍ତା ଥିବା ଜଣାଯାଇଛି। ମୟୁରଭଞ୍ଜରୁ ଚିହ୍ନଟଜଣକ ତାମିଲନାଡ଼ୁ ଫେରନ୍ତା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ୨ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ତଥ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର