ଦଳାଚକଟାରେ ୨୫ ଆହତ

ସୁନାବେଶ ଦେଖି ଫେରିବା ବେଳେ ଦୁର୍ଘଟଣା: ୪ ଗୁରୁତର

ପୁରୀ : ଆଜି ପବିତ୍ର ସୁନାବେଶ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଥିବାବେଳେ ବଡ଼ଦାଣ୍ଡରେ ବିଭିନ୍ନ ସ୍ଥାନରେ ଦଳାଚକଟା ହୋଇ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବଳଗଣ୍ଡି ଛକ, ମାର୍କେଟ୍‌ ଛକ, ମରିଚିକୋଟ ଛକ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦଳାଚକଟା, ଠେଲାପେଲା ଦେଖିବାକୁ ମିଳିଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଯେଉଁ ବ୍ୟବସ୍ଥା କରାଯାଇଥିଲା ତାହା ପର୍ଯ୍ୟାପ୍ତ ନଥିଲା ବୋଲି ଅନେକ ଭକ୍ତ କହିଛନ୍ତି।

ସୁନାବେଶ ଦେଖି ଫେରିବା ବେଳେ ଦୁର୍ଘଟଣା: ୪ ଗୁରୁତର

ପୁରୀ : ଶନିବାର ବିଳମ୍ବିତ ରାତିରେ ପୁରୀରୁ ସୁନାବେଶ ଦର୍ଶନ କରି ସାରି ଭୁବନେଶ୍ୱର ଫେରୁଥିବାବେଳେ ବାଟମଙ୍ଗଳା ନିକଟରେ ୨ଟି ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ପ୍ରଶାନ୍ତ ବାରିକ, କାହ୍ନା ମହାରଣା, ମନୋଜ ମହାରଣା ଓ ପୁପା ମହାପାତ୍ର। ଆହତମାନେ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ବାଟମଙ୍ଗଳା ନିକଟରେ ରାସ୍ତା ନିର୍ମାଣ ପାଇଁ ଖୋଳା ଯାଇଥିବା ମାଟିରେ ପଡ଼ି ଯିବାରୁ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧିତ ଖବର