ବାଲେଶ୍ୱର : ରେମୁଣା ବ୍ଲକ ଆମ୍ବଡିହା ଗ୍ରାମରେ ଆଜି ଏକ ବିରାଟ କଇଁଛ ଦେଖିବାକୁ ମିଳିଥିଲା। କଇଁଛଟି ଦେଶୀ ପ୍ରଜାତିର ହୋଇଥିବା ବେଳେ ତାର ଓଜନ ପ୍ରାୟ ୨୫ କେଜି ହେବ। ପ୍ରକାଶ ଯେ, ଏହି କଇଁଛଟି ସାମ୍ବାଦିକ ତଥା ସମାଜସେବୀ ରବି ରାଉତଙ୍କ ବାଡ଼ିରେ ଥିବା ପୋଖରୀରେ ପ୍ରାୟ ୧୪/୧୫ ବର୍ଷ ହେଲା ରହି ଆସୁଥିବା ସେ କହିଛନ୍ତି।
/sambad/media/post_attachments/wp-content/uploads/2020/09/PHOTO-2020-09-01-23-36-51-267x300.jpg)
ବର୍ଷାଦିନ ହେଲେ କଇଁଛଟି ପୋଖରୀ ହୁଡ଼ା ଉପରକୁ ଆସି ବୁଲାବୁଲି କରିଥାଏ। କେବେ କେବେ ରାସ୍ତା ତାଙ୍କ ବାଡ଼ି ପାର ହୋଇ ରାସ୍ତାରେ ବୁଲୁଥିବା ଦେଖିବାକୁ ପାଇଲେ ସାହିଲୋକ ତାକୁ ଧରି ପୁଣି ସେହି ପୋଖରୀରେ ଆଣି ଛାଡ଼ି ଦେଇଥାନ୍ତି। ତେବେ କଇଁଛଟିକୁ ବନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଶ୍ରୀ ରାଉତ ଜଣାଇଥିଲେ ମଧ୍ୟ ଯେହେତୁ ତାଙ୍କ ପାଖରେ କଇଁଛଟି ସୁରକ୍ଷିତ ଅଛି, ତେଣୁ ନେବାର ଆବଶ୍ୟକତା ନଥିବା ସେମାନେ ପରାମର୍ଶ ଦେଇଥିବା ସେ କହିଛନ୍ତି।
/sambad/media/post_attachments/wp-content/uploads/2020/09/PHOTO-2020-09-01-23-36-51-1-300x225.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/PHOTO-2020-09-01-23-28-11-f.jpg)