ଝାରସୁଗୁଡ଼ା: ଲଇକେରା ଥାନା ଅନ୍ତର୍ଗତ ତିଲେଇମାଲର ସାଗର ଚୌଧୁରୀ, ସଙ୍ଗମ ପଟେଲ, କମଳେଶ ବେହେରା ଆଦି ଯୁବକଙ୍କୁ ଜେଏସ୍ଡବ୍ଲୁରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ସମ୍ବଲପୁର ଜିଲ୍ଳା ଗୋବିନ୍ଦପୁରର ୩ଜଣ ଯୁବକ ଏକକାଳୀନ ୨୫ ଲକ୍ଷ ଟଙ୍କା ନେଇଥିଲେ।
ମାତ୍ର ୨ ବର୍ଷ ପରେ ବି ଯୁବକମାନଙ୍କୁ ଚାକିରି ମିଳି ନ ଥିବା ବେଳେ ଟଙ୍କା ନେଇଥିବା ଲୋକଙ୍କର ବି ଆଉ ପତ୍ତା ମିଳୁନି। ଏନେଇ ଯୁବକମାନେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଲଇକେରା ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/6-2.jpg)
