ଋଣ କରାଇ ନେଇଗଲେ ୨୫ ଲକ୍ଷ

ଯୋଡ଼ା: ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥାରୁ ମହିଳାଙ୍କ ପାଇଁ ଋଣ କରାଇଦେଲେ। ପରେ ବାପାଙ୍କ ଦେହ ଖରାପ ଅଛି। ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କହି ଟଙ୍କା ନେଇ ଫେରାର ହୋଇଗଲେ ମହିଳା। ‌କେନ୍ଦୁଝର ଜିଲ୍ଲା ଯୋଡ଼ା ଆଜାଦନଗରର ୪୦ରୁ ଊର୍ଦ୍ଧ୍ବ ମହିଳା ଏଭଳି ଠକେଇର ଶିକାର ହେବା ପରେ ଆଜି ଥାନାରେ ଦ୍ବାରସ୍ଥ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଆଜାଦନଗରର ଜଣେ ମହିଳା ବର୍ଷବର୍ଷ ଧରି ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ସହ ଯୋଗସୂତ୍ର ସ୍ଥାପନ କରି ଲୋକଙ୍କ ପାଇଁ ଋଣ କରାଇଦେଉଥିଲେ। କିଛିଦିନ ହେଲେ ସେ ବାପାଙ୍କ ଦେହ ଖରାପ କହି ସ୍ଥାନୀୟ ଅଞ୍ଚଳର ମହିଳାଙ୍କୁ ଟଙ୍କା ମାଗୁଥିଲେ। ଏପରିକି ମହିଳାଙ୍କ ନାମରେ ଋଣ ମଞ୍ଜୁର କରି ଉକ୍ତ ଟଙ୍କାକୁ ସେ ନେଇଥିଲେ। ପରେ ଫେରାଇଦେବେ ବୋଲି କହିଥିଲେ। ମାସକ ମଧ୍ୟରେ ସମାନ କଥା କହି ବିଭିନ୍ନ ସମୟରେ ୪୦ରୁ ଊର୍ଦ୍ଧ୍ବ ମହିଳାଙ୍କ ନାମରେ ୨୫ ଲକ୍ଷ ଟଙ୍କା ଋଣ କରି ଉକ୍ତ ଟଙ୍କାକୁ ସେ ନେଇଥିଲେ। ୧୨ ଦିନ ହେଲା ମହିଳାଙ୍କ ଦେଖା ନ ମିଳିବାରୁ ସାହିର ମହିଳାମାନେ ତାଙ୍କ ଘରକୁ ଯାଇଥିଲେ। ଘରେ ବାପା, ମା’ ଏବଂ ମହିଳାଙ୍କ ୫ଟି ଛୁଆ ଥିଲେ। ମହିଳା ଜଣଙ୍କ କେଉଁଆଡ଼େ ଚାଲି ଯାଇଥିବା ତାଙ୍କ ବାପାମା’ କହିଥିଲେ। ସେମାନେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଆଜି ହେନା ଖାତୁନ, ରିଜୱାନ ପରୱିନ, ବୁଲନାଜ୍‌ ଖାତୁନ, ମେହେରୁନ ନିଶା, ରଶ୍ମି ଖାତୁନ, ସେହେନାଜ ଖାତୁନ, ଆଫ୍ରୋଜ ବିବି, ରିଜୱାନ ଖାତୁନ, ସାହିନା ପରବିନ୍‌ ଓ ଆଜମେର ଖାତୁନ ପ୍ରମୁଖ ଯୋଡ଼ା ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଯୋଡ଼ା ସହର ସ୍ଥିତ ଆଜାଦ ନଗର ର ଜଣେ  ମହିଳା ଚଞ୍ଚକତା କରି  ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଅନ୍ୟ ମହିଳା ମାନଙ୍କ ଠାରୁ ବିଭିନ୍ନ ବ୍ୟାଙ୍କ ରୁ ଉଠାଯାଇଥିବା ଲକ୍ଷ।ଧିକ ଋଣ ଟଙ୍କା କୁ ହଡ଼ପ କରିଥିବା ନେଇ ଆଜି ଯୋଡ଼ା ଥାନାରେ ଅଭିଯୋଗ ହୋଇଛି ।  ମହିଳା ମାନେ ଯୋଡ଼ା ଥାନା ଅଧିକାରୀ ଙ୍କୁ ଭେଟି ଏହି ଅଭିଯୋଗ   ଯେ,ଉକ୍ତ ମହିଳା ଜନକ ବିଭିନ୍ନ ଘରୋଇ ବ୍ୟାଙ୍କ୍ ଗୁଡ଼ିକ ସହିତ ବୁଝାମଣା ରଖି ମହିଳାମାନଙ୍କୁ ଋଣ ପ୍ରଦାନ କରାଇଥିଲେ।ପ୍ରାୟ ୪୦ରୁ ଉର୍ଦ୍ଧ୍ବ ମହିଳା ଉକ୍ତ ଘରୋଇ ବ୍ୟାଙ୍କ୍ ଗୁଡିକରୁ ପ୍ରାୟ ୨୫ରୁ୩୦ ଲକ୍ଷ ଟଙ୍କ। ଋଣ ନେଇଥିଲେ ।ଯେହେତୁ ମହିଳା ଜନକ ବ୍ୟାଙ୍କ୍ ସହିତ ଭଲ  ବୁଝାମଣା ରହିଥିଲା ,ଏଣୁ ତାଙ୍କ ପ୍ରସ୍ତାବ କ୍ରମେ ହିଁ ମହିଳା ମାନଙ୍କୁ  ବ୍ୟାଙ୍କ  ଗୁଡ଼ିକ ଋଣ   ଦେଇଥିଲେ । ମହିଳା ମାନଙ୍କୁ ତାଙ୍କର ମେଡିକାଲ କାମ ଅଛି କହି  ବିଭିନ୍ନ ପ୍ରକାର ବିଶ୍ୱାସ ଜନ୍ମ।ଇ  ମହିଳା ମାନଙ୍କ ଠାରୁ ସମସ୍ତ ରୁଣ ଟଙ୍କା ନେଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।     ମହିଳା ଜଣକ  ଋଣ ଟଙ୍କା ହାତେଇବା ପରେ  ଯୋଡ଼ା ଅଞ୍ଚଳରୁ ଅନ୍ୟତ୍ର କୁଆଡେ ଚାଲିଯାଇଛନ୍ତି ।  ଏଥିପାଇଁ  ଋଣ ଗ୍ରସ୍ତ  ମହିଳା ମାନେ ଚିନ୍ତାରେ ପଡିଯାଇଛନ୍ତି । ସେମାନେ ତାଙ୍କ ଟଙ୍କା କିପରି ପାଇ ପାରିବେ ,ଏ ନେଇ   ଆଜି ଯୋଡ଼ା ଥାନାର ଦ୍ୱାରସ୍ଥ ହୋଇଥିଲେ  ।

ସମ୍ବନ୍ଧିତ ଖବର