‘ସମ୍ବାଦ’ ପ୍ରଭାବ: କଳାହାଣ୍ଡି ଜିଲ୍ଲାରେ ନକଲି ଶିକ୍ଷକ ରାକେଟ୍‌ ଘଟଣାରେ୨୫ ପାର୍ଟଟାଇମ ଶିକ୍ଷକ ବହିଷ୍କୃତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ନକଲି ଶିକ୍ଷକ ରାକେଟ୍‌ ଚାଲିଥିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଥିଲା। କାର୍ଯ୍ୟାନୁଷ୍ଠାନ ନଥିବା ଯୋଗୁଁ ସମସ୍ତେ ବେଫିକର ବୋଲି ଗତ ମାର୍ଚ୍ଚ ୧୫ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲା। ‘ସମ୍ବାଦ’ ଖବରକୁ ଭିତ୍ତିକରି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀ ୨୫ଜଣ ପାର୍ଟଟାଇମ ଶିକ୍ଷକଙ୍କୁ ବହିଷ୍କୃତ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳାଇଛି।

ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାରେ ନକଲି ଶିକ୍ଷକ ରାକେଟ୍‌ର ଚେର ଲମ୍ବିବାରେ ଲାଗିଛି। କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ସମସ୍ତେ ବେଫିକର ଥିବା ନେଇ ଗତ ମାର୍ଚ୍ଚ ୧୫ରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। କଳାହାଣ୍ଡି ଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସମ୍ପୃକ୍ତ ଅଧିକାରୀମାନଙ୍କୁ ରିପୋର୍ଟକୁ ଭିତ୍ତିକରି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫ ଜଣ ପାର୍ଟଟାଇମ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ସେହିଭଳି ୩ଜଣ ଶିକ୍ଷା ସହାୟକଙ୍କ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯାଇଛି। ନକଲି ସାର୍ଟିଫିକେଟଧାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିବା ସହିତ ଥାନାରେ ମାମଲା ରୁଜୁ ପାଇଁ ଜିଲ୍ଲାପାଳ କଡ଼ା ନିର୍ଦେଶ ଦେଇଛନ୍ତି।

୨୫ ଜଣ ଶିକ୍ଷକ ବହିଷ୍କୃତ ହେବା ପରେ ନକଲି ଶିକ୍ଷକମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି। ଅନ୍ୟ ନକଲି ସାର୍ଟିଫିକେଟଧାରୀ ଶିକ୍ଷକମାନଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କେବେ ହେ‌ବ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର