ବିନା ହେଲମେଟରେ ଗାଡି ଚଳାଇଲେ ନାବାଳକ, ମାଲିକ ଗଣିଲେ ୨୫ ହଜାର ଟଙ୍କା

ପାଳଲହଡ଼ା: ପାଳଲହଡ଼ା ଥାନା ଅଞ୍ଚଳରେ ଜଣେ ନାବାଳକ ବାଇକ୍‌ ଚଳାଇବା ଅଭିଯୋଗରେ ଏହାର ମାଲିକଙ୍କ ଉପରେ ପଡ଼ିଛି ତଣ୍ଡ। ଏ ଘଟଣା ଅଞ୍ଚଳରେ ଆଜି ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ପାଳଲହଡ଼ା ଟାଉନ ଠାରୁ ୨ କିମି ଦୂର ଝିମିରିପାଲି ଛକଠାରେ ଆଜି ତାଳଚେର ଆଂଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପାଳଲହଡ଼ା ପୁଲିସ ପକ୍ଷରୁ ଗାଡ଼ିମଟର ଯାଞ୍ଚ କରାଯାଇଥିଲା। ନୂଆଁ ସିଡିଙ୍ଗ ଗାଁର ଅନିଲ କୁମାର ଜେନାଙ୍କର ଏକ ମଟରସାଇକେଲ୍‌ (ଓଆର୍‌୧୯ଜେ-୫୬୩୫) ଜଣେ ୧୬ ବର୍ଷର ନାବାଳକ ଚଳାଇ ଯିବାବେଳେ ଧରାପଡ଼ିଥିଲେ। ନାବାଳକ ଜଣକ ହେଲମେଟ୍‌ ପିନ୍ଧିନଥିଲେ। ନାବାଳକ ବିନା ଲାଇସେନ୍‌ସରେ ବାଇକ୍‌ ଚଳାଇବା ଯୋଗୁଁ ୨୫ ହଜାର ଟଙ୍କା ଓ ହେଲମେଟ୍‌ ପିନ୍ଧିନଥିବାରୁ ୧ ହଜାର ଟଙ୍କା- ଏହିପରି ମୋଟ ୨୬ ହଜାର ଟଙ୍କା ଜରିମାନା କରାଯାଇଛି। ବିଭାଗ ପକ୍ଷରୁ ବାଇକ୍‌ ମାଲିକଙ୍କ ଉପରେ ଜରିମାନା କରାଯାଇଛି। ଉକ୍ତ ମଟରସାଇକେଲ୍‌ ଜବତକରି ଥାନାରେ ରଖାଯାଇଛି।

ସମ୍ବନ୍ଧିତ ଖବର