କୋରାପୁଟରେ ରକ୍ତଦାନ ଶିବିର,୨୫ ୟୁନିଟ ରକ୍ତ ସଂଗ୍ରହ

କୋରାପୁଟ: ସ୍ତାନୀୟ ସରକାରୀ ମହାବିଦ୍ୟାଳୟ ପରିସରରେ ଏସଏଲଏନ ମେଡିକାଲ କଲେଜର ରକ୍ତଦାନ ଭଣ୍ତାର ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।  ଏହି ଶିବିରରୁ ୨୫ ଜଣରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ  କରାଯାଇଛି।   ଆମ ଓଡ଼ିଶାର ଅଧୢକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଓଡ଼ିଶାରେ କାହାରିଙ୍କୁ ରକ୍ତ ଅଭାବରୁ ମରିବାକୁ ଦେବାନାହିଁ ଉକ୍ତିକୁ ସାର୍ଥକ କରାଇଛନ୍ତି କଲେଜରେ ରହିଥିବା ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ୍‌। ରକ୍ତଦାନ ଯେ ମହତ ଦାନ ତାହାକୁ ଆଜି ଏହି ଛାତ୍ରଛାତ୍ରୀ ସମୂହ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କଲେଜର ଅଧ୍ୟକ୍ଷ ଦିପକ କୁମାର ପଟ୍ଟନାୟକ, ପ୍ରଧ୍ୟାପକ ଡ.ପ୍ରକାଶ କୁମାର ପ୍ରଧାନ, ଡ.ଶିବରାମ ବଡରଇତ ଓ କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁଙ୍କ ତତ୍ବବାଧାନରେ ଏହି ଶିବର ଅନୁଷ୍ଠିତ ହୋଇଯାଇଛି। ଏହିରକ୍ତଦାନ ଶିବରକୁ ଏସଏଲଏନ ମେଡିକାଲ କଲେଜ ରକ୍ତଭଣ୍ଡାରର ଭି.ଗଙ୍ଗାଧାର, ବିଶ୍ବୟିନି ନାୟକ, ଅଜିତ ଗୌଡ, ରବିନ୍ଦ୍ର ମିଶ୍ର, ପ୍ରିୟଙ୍କା ରାୟ, କୃତ୍ତିବାସ ସାହୁ, ମହେନ୍ଦ୍ର ନାୟକ ଓ ସୁମନ ସାହୁ ପ୍ରମୁଖ ସଂଗ୍ରହ କାର୍ଯ୍ୟରେ ନିୟ‌ୋଜିତ ରହିଥିଲେ।

ରକ୍ତଦାତା ଜୀବନ ଦାତା: ଅଶୋକ କୁମାର ମୁଦୁଲି, ରାମେଶ ଖରା, ସୁନୀଲ କୁମାର କାଡ୍ରାକା, କୁମାର ବଡନାୟକ, ସୋନୁ କ୍ରୀଶାନୀ, ରଞ୍ଜୀତ ସୀସା, ରାମ ବଡନାୟକ, ରମେଶ ପାଙ୍ଗୀ, କପିଳେନ୍ଦ୍ରଦେବ ସାଉନ୍ତା, ଆର.କିଶୋର କୁମାର, ଆଲୋକ କୁମାର ବାରିକ, ବିଶ୍ବଜିତ ଦଣ୍ଡପାଟ୍‌, ପୱନ କୁମାର ପାଢୀ, ଦେବାଶିଷ ନାୟକ, ମନିଶା କୋବରା, ଜଳନ୍ଦର ନାୟକ, ତ୍ରିନାଥ ଖୀଲ, ଶୁଭାଶିଷ ରଥ, ମାନସୀ ମଲ୍ଲିକ, ରାଜୁ ମହାନନ୍ଦିଆ, ପୁଷ୍ପା ହୋତା, ସାଗର ପଣ୍ଡା, ଲିଙ୍ଗରାଜ ଭାଟି, ସ୍ଥପ୍ତି ଭତ୍ରା, ମଦନ ମୋହନ ଭତ୍ରା ଓ ଦାମ ଭତ୍ରା।

ସମ୍ବନ୍ଧିତ ଖବର