କଟକଣା କୋହଳ କଲା ବିଏମ୍‌ସି: ବିବାହ-ବ୍ରତ-ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ ୨୫୦ ଜଣ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତା‌ହରେ ଲାଗୁ କରାଯାଇଥିବା କୋଭିଡ କଟକଣାରେ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବାରୁ ଏଣିକି ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୫୦ ଲୋକ ଯୋଗ ଦେଇପାରିବେ। ନଭେମ୍ବର ୧ ତାରିଖ ଠାରୁ ନୂଆ ଗାଇଡଲାଇନ ଲାଗୁ ହେବ। ତେବେ ନୂଆ ଗାଇଡଲାଇନ୍ ଅନୁସାରେ ଏହି ସବୁ କାର୍ଯ୍ୟକ୍ରମରେ ଯେକୌଣସି ସମୟରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ ।

ଅନ୍ୟପଟେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ସାମାଜିକ ଦୂରତା, ମାସ୍କ ଓ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି । ତତସହିତ ଛୋଟ ପିଲା, ଗର୍ଭବତୀ ମହିଳା ଓ ବୟସ୍କ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରଣ କରିଛି ବିଏମସି । ଆଗକୁ ପାର୍ବଣ ଋତୁ ଆସୁଛି । ତେଣୁ ଏହାକୁ ଲକ୍ଷ୍ୟ ରଖି ବିଏମସି ଏପରି ଗାଇଡଲାଇନ୍ ଜାରି କରିଛି ।

କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ବିଏମସି ତରଫରୁ ଗାଇଡଲାଇନ୍ ଧାର୍ଯ୍ୟ କରାଯାଇଥିଲା । ଯେଉଁଥିରେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି କୁହାଯାଇଥିଲା । ବତର୍ତ୍ତମାନ ପରିପ୍ରେକ୍ଷୀରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ବିଏମ୍‌ସି ଗୋଟିଏ ପରେ ଗୋଟିଏ କଟକଣା କୋହଳ କରୁଛି।

ସମ୍ବନ୍ଧିତ ଖବର