ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ: ୪୩ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଆଜି ପୁଣି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ ରହିଛି। ଗତକାଲି ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।
ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବର ଜିଲ୍ଲାରୁ ୬, ବରଗଡ଼ରୁ ୪, ଭଦ୍ରକରୁ ୧, ବଲାଙ୍ଗୀର ଜିଲ୍ଲାରୁ ୫, ବୌଦ୍ଧରୁ ୪, କଟକରୁ ୧୬ ଜଣ, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୧, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୧, କନ୍ଧମାଳରୁ ୧୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୫, କୋରାପୁଟରୁ ୨, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୧ ଜଣ, ନବରଙ୍ଗପୁରରୁ ୮, ନୟାଗଡ଼ ଜିଲ୍ଲାରୁ ୧୩ ଜଣ, ନୂଆପଡ଼ାରୁ ୪, ପୁରୀରୁ ୧୩ ଜଣ, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୦ ଜଣ, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୪୦ ଜଣ ଓ ଷ୍ଟେଟପୁଲରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୩୨, ୫୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩, ୨୧, ୮୫୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୪୩୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର