୫ ବର୍ଷରେ ଗବେଷଣା ପାଇଁ ୨୫୩୦ ଜଣ ପଞ୍ଜୀକୃତ ହୋଇଛନ୍ତି

ଭୁବ‌େନଶ୍ବର : ଗତ ପାଞ୍ଚ ମଧ୍ୟରେ ରାଜ୍ୟର ୮ଟି ବିଶ୍ବବିଦ୍ୟାଳୟରେ ଗବେଷଣା ପାଇଁ ୨୫୩୦ ଜଣ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଛନ୍ତି। ଏହା ମଧ୍ୟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୨୭୫, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୫୬୫, ଉତ୍କଳ ବିଶ୍ବବିଦ୍ୟାଳୟରେ ୬୧୫, ରେଭେନ୍ସା ବିଶ୍ବବିଦ୍ୟାଳୟରେ ୩୭୦, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ୩୭୦, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୮, ଗଙ୍ଗାଧର ମେ‌େହର ବିଶ୍ବବିଦ୍ୟାଳୟରେ ୫୨ ଓ ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୨୭୬ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ନୂଆ କରି ପ୍ରତିଷ୍ଠା ହୋଇଥିବାରୁ ଏଠାରେ କୌଣସି ଛାତ୍ରଛାତ୍ରୀ ଗବେଷଣା ପାଇଁ ପଞ୍ଜୀକରଣ କରି ନାହାନ୍ତି।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ତଥ୍ୟ ଦେଇଛନ୍ତି। ଆବଶ୍ୟକତାଠାରୁ କମ୍ ପ୍ରଫେସର ଥିବାରୁ ଛାତ୍ରଛାତ୍ରୀମାନେ ଗାଇଡ୍‌ ନ ପାଇ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗକୁ ମନ୍ତ୍ରୀ ସ୍ବୀକାର କରି ନାହାନ୍ତି। ବରଂ ଦର୍ଶାଇଛନ୍ତି, ବିଶ୍ବବିଦ୍ୟାଳୟଗୁଡ଼ିକରେ ଗବେଷଣା କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସରମାନଙ୍କୁ ୭୦ ବର୍ଷ ପର୍ଯ୍ୟନ୍ତ ସଂପୃକ୍ତ ବିଶ୍ବବିଦ୍ୟାଳୟରେ ଏମ୍‌ଫିଲ୍‌ ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ଗାଇଡ୍‌ ହିସାବରେ କାର୍ଯ୍ୟ ସମ୍ପାଦନ ନିମିତ୍ତି ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହା ସହ ଗବେଷଣାର ସୁଯୋଗକୁ ବ୍ୟାପକ କରିବା ପାଇଁ ଗବେଷକଙ୍କ ନିମନ୍ତେ ପ୍ରୋତ୍ସାହନ ଅର୍ଥରାଶି ଓ ବିଭିନ୍ନ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନର ବ୍ୟବସ୍ଥା କରିଛନ୍ତି।

ସମ୍ବନ୍ଧିତ ଖବର