ହାଚେରିକୁ ଆସିଲା ୨୫୭୭ ଅଣ୍ତା: ଦିନକରେ ୯ଟି ବସାରୁ ୧୦୨୦ ଅଣ୍ତା ସଂଗ୍ରହ

ହାଚେରିକୁ ଆସିଲା ୨୫୭୭ ଅଣ୍ତା: ଦିନକରେ ୯ଟି ବସାରୁ ୧୦୨୦ ଅଣ୍ତା ସଂଗ୍ରହ

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ୍‌ ଉପକୂଳରେ କିଛି ଦିନ ବନ୍ଦ ପରେ ଗତକାଲି ରାତିରୁ ଆଜି ଅପରାହ୍ନ ସୁଦ୍ଧା ବନ ବିଭାଗ ୯ଟି ବସାରୁ ୧୦୨୦ଟି ଅଣ୍ତା ସଂଗ୍ରହ କରିଛି। ସମସ୍ତ ଅଣ୍ତା ବାଲିହରଚଣ୍ତୀ ବିଟ୍‌ ଅଞ୍ଚଳରୁ ସଂଗ୍ରହ ହୋଇଥିବା ବନ ବିଭାଗ କହିଛି। ଆଜି ସୁଦ୍ଧା ବାଲିହରଚଣ୍ତୀ ବିଟ୍‌ ଓ ଚାପମାଣିକ ବିଟ୍‌ ଅଞ୍ଚଳରେ ହୋଇଥିବା ୨୪ଟି ବସାରୁ ମୋଟ୍‌ ୨୫୭୭ଟି ଅଣ୍ତା ସଂଗ୍ରହ ହୋଇଛି। ଅଣ୍ଡାଗୁଡ଼ିକୁ ଅସ୍ଥାୟୀ ହାଚେରିରେ ରଖାଯାଇଛି। ସେଥିମଧ୍ୟରୁ ୭୦ ଫୁଟି ଛୁଆ ସମୁଦ୍ରକୁ ଯାଇଛନ୍ତି। ୪୦ଟି ଅଣ୍ତା କାଞ୍ଜିଆ ହୋଇଥିବା ବ୍ରହ୍ମଗିରି ରେଞ୍ଜ ଅଧିକାରୀ ଜନାର୍ଦ୍ଦନ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe