ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲାଣି କରୋନା ସଂକ୍ରମଣ। କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ନୂଆ ୨୫୮ କୋଭିଡ ପଜିଟିଭ ଚିହ୍ନଟ ହୋଇଛି। ସେହିଭଳି ଏବେ ସୁଦ୍ଧା ରାଜ୍ୟରେ ୧ ହଜାର ୧୮୬ ଆକ୍ଟିଭ କେସ ରହିଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩ ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ଯାହାଫଳରେ ସେସବୁ ଜିଲ୍ଲା ବା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ଭଳି ପରିସ୍ଥିତି ଉପୁଜିଲାଣି। ଜନସାଧାରଣ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଏଣେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କଟକ ଏସସିବି କୋଭିଡ ହସ୍ପିଟାଲରେ ଜଣେ ୮୦ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଏସ୍ସିବିରେ ଚଳିତ ବର୍ଷର ପ୍ରଥମ କୋଭିଡ ମୃତ୍ୟୁ ଘଟିଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ରେଫର ହୋଇ ଏସସିବି ଆସିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ୮୦ବର୍ଷର ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ସମେତ ଅନ୍ୟାନ୍ୟ ରୋଗରେ ସେ ପୀଡିତ ଥିଲେ। ତାଙ୍କ ଅବସ୍ଥା ପ୍ରଥମରୁ ହଁ ଗୁରୁତର ଥିବାରୁ ତାଙ୍କୁ ଏସସିବି କୋଭିଡ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ତେଣେ ୨୩୬ ଦିନ ପରେ ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୧,୦୦୦ ଅତିକ୍ରମ କରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୯,୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୧,୧୦୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୧,୧୦୯ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୯୭,୨୬୯ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ୨୯ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୦୬୪କୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ ୨୫୮ କୋଭିଡ ପଜିଟିଭ ଚିହ୍ନଟ
/sambad/media/post_attachments/wp-content/uploads/2023/04/d1081486-9d95-4fa5-b9b1-03fb80f3c114.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)