ନବରଙ୍ଗପୁର: ନବରଙ୍ଗପୁର ପୁଲିସ ଏକ ଘରୋଇ ବସ (ଓଡି୦୭ ଭି ୮୮୨୨) ରୁ ତିନିଜଣ ମହିଳାଙ୍କ ଠାରୁ ୨୫ କେଜି ଗଞ୍ଜେଇ ଜବତ କରିଛି। ଗିରଫ ମହିଳାମାନେ ହେଲେ ବିନତୀ ହରିଜନ(୫୨), ରୀତା ହରିଜନ(୩୫) ଓ ଭଗବତୀ ହରିଜନ(୪୦)। ସମସ୍ତଙ୍କ ଘର କୋଟପଡ଼ ପୌରାଞ୍ଚଳରେ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

Advertisment

publive-image

ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିବା ବସରେ ଅଭିଯୁକ୍ତ ମହିଳାମାନେ ବୋରିଗୁମ୍ମା ସନ୍ତୋଷୀ ମନ୍ଦିର ନିକଟରେ ବସକୁ ହାତ ଠାରି ଉମରକୋଟ ଯିବାପାଇଁ କହିଥିଲେ। ବସ ନବରଙ୍ଗପୁର ଯିବ ବୋଲି କହିବା ପରେ ନବରଙ୍ଗପୁର ପର୍ଯ୍ୟନ୍ତ ଯିବୁ ବୋଲି କହିଥିଲେ ।

publive-image

ପୁଲିସ କୌଣସି ସୂତ୍ରରୁ ଖବର ପାଇ ସକାଳ ସାଢ଼େ ୬ଟାରେ ବସକୁ ଇନ୍ଦ୍ରାବତୀ ନଦୀ ନିକଟରେ ଥିବା ଯାଞ୍ଚ କେନ୍ଦ୍ର ପାଖରେ ଅଟକାଇ ତନଖି କରିଥିଲେ। ତିନି ମହିଳା ଅଭିଯୁକ୍ତଙ୍କ ସମେତ ଦୁଇଜଣ ଡ୍ରାଇଭର, ହେଲ୍ପର ଓ ଜଣେ କଣ୍ଡକ୍ଟରକୁ ମଧ୍ୟ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରିଛି।