ରାଜ୍ୟର ବିଭିନ୍ନ ଡାକ୍ତରଖାନା, ମେଡିକାଲ କଲେଜ, ରକ୍ତ ଭଣ୍ତାର ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପୁଣି ୨୬ ଦଲାଲ ଗିରଫ

 

କଟକ : ପୁଲିସ ଡିଜି ଡକ୍ଟର ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ବିଭିନ୍ନ ଡାକ୍ତରଖାନା, ମେଡିକାଲ କଲେଜ, ରକ୍ତ ଭଣ୍ତାର ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟସ୍ଥି ଓ ଦଲାଲ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରହିଛି। ଏହି କ୍ରମରେ ଆଜି ଚତୁର୍ଥ ଦିନରେ ୨୬ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ସୋମବାର ବିଭିନ୍ନ ଆର‌୍‌ଟିଓ କାର୍ଯ୍ୟାଳୟ ପରିସରରୁ ୧୮ଜଣ ଓ ମେଡିକାଲ୍‌ ପରିସରରୁ ୮ଜଣ ଗିରଫ ହୋଇଛନ୍ତି। ଭୁବନେଶ୍ବର ଆର‌୍‌ଟିଓ କାର୍ଯ୍ୟାଳୟରୁ ସର୍ବାଧିକ ୮ଜଣଙ୍କୁ ଗିରଫ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା, ପୁରୀ, ଗଜପତିରୁ ୨ଜଣ ଲେଖାଏଁ, ଯାଜପୁର, ନୟାଗଡ଼, ସୋନପୁର, ରାଉରକେଲାରୁ ଜଣେ ଲେଖାଏଁ ଦଲାଲଙ୍କୁ ପୁଲିସ ଗିରଫ କରିଛି। ସେହିପରି ମେଡିକାଲ୍‌ ପରିସର ମଧ୍ୟରୁ ଦେବଗଡ଼ରୁ ୩, କଟକ ଓ ସୋନପୁରରୁ ୨ଜଣ ଲେଖାଏଁ ଓ ଗଜପତିରୁ ଜଣେ ପୁଲିସ ହାତରେ ଧରାପଡ଼ିଛନ୍ତି।

ସମ୍ବନ୍ଧିତ ଖବର