ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ: ଆଜି ୨୬ ଜଣ ଦଲାଲଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ପରିସର ଓ ଆରଟିଓ କାର୍ଯ୍ୟାଳୟରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରୁଛି। ଏହି ଚଢ଼ାଉ ସମୟରେ ପୁଲିସ ସୋମବାର ୨୬ ଜଣ ଦଲାଲଙ୍କୁ ଗିରଫ କରିଛି। ଗିରଫ ୨୬ ଦଲାଲଙ୍କ ମଧ୍ୟରୁ ହସ୍ପିଟାଲ୍‌ର ୮ ଜଣ ଥିବା ବେଳେ ଆରଟିଓ କାର୍ଯ୍ୟାଳୟର ୧୮ଜଣ ଦଲାଲ ସାମିଲ ରହିଛନ୍ତି।

ଗିରଫ ୨୬ ଦଲାଲଙ୍କ ମଧ୍ୟରୁ ଭୁବନେଶ୍ୱର ଆରଟିଓ କାର୍ଯ୍ୟାଳୟରୁ ୮ଜଣ ଦଲାଲ ରହିଛନ୍ତି। ସେହିପରି ଦେବଗଡ଼ ଡାକ୍ତରଖାନାରୁ ୩ଜଣ, ରାଉରକେଲାରୁ ଜଣେ, କଟକରୁ ୨ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଥିବା ବେଳେ ସୋନପୁର ଡାକ୍ତରଖାନାରୁ ୨ଜଣ, ଯାଜପୁରରୁ ଜଣେ, କେନ୍ଦ୍ରାପଡ଼ାରୁ ୨ଜଣ, ପୁରୀରୁ ଜଣେ ଓ ନୟାଗଡ଼ରୁ ଜଣେ ଦଲାଲ ଆଜି ପୁଲିସ ଫାସରେ ପଡ଼ିଛନ୍ତି।

କେବଳ ଏତିକି ନୁହେଁ, ସୋନପୁର ଡାକ୍ତରଖାନାରୁ ଜଣେ ଓ ଆରଟିଓ କାର୍ଯ୍ୟାଳୟରୁ ୨ଜଣ ଦଲାଲଙ୍କ ସମେତ ଗଜପତି ଡାକ୍ତରଖାନାରରୁ ଜଣେ ଓ ଆରଟିଓରୁ ୨ ଜଣ ଦଲାଲଙ୍କୁ ବି ପୁଲିସ ଗିରଫ କରିଛି।

ଦଲାଲ ଦମନ ଅଭିଯାନର ପ୍ରଥମ ଦିନରେ ୩୦ରୁ ଅଧିକ, ଦ୍ୱିତୀୟ ଦିନରେ ୭୫ ଓ ତୃତୀୟ ଦିନରେ ୩୩ ଜଣ ଓ ଚତୁର୍ଥ ଦିନରେ ୧୬ ଦଲାଲ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର