ଭୁବନେଶ୍ବର: ଚଳିତ ଥର ଗ୍ରୀଷ୍ମ ଋତୁରେ ଗତକାଲି ସୁଦ୍ଧା ୨୬ ଜଣଙ୍କ ଅଂଶୁଘାତଜନିତ ମୃତ୍ୟୁ ସ୍ପଷ୍ଟ ହୋଇଛି। ଏଥିରୁ ୨୦ ମାମଲା ରାଉରକେଲାର। ସେମାନଙ୍କ ମଧ୍ୟରୁ ହସ୍ପିଟାଲ ଆସିବା ପୂର୍ବରୁ କିଛି ରୋଗୀଙ୍କ ମୃତ୍ୟୁ ହୋଇଛି। ଆଉ କିଛି ମୃତକଙ୍କ ପୋଷ୍ଟମର୍ଟମ ଚାଲିଛି। ଏନେଇ ଯୁଗ୍ମ ତଦନ୍ତ ଚାଲିଛି। ଏଭଳି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
ସେ ଆହୁରି କହିଛନ୍ତି, ସୁନ୍ଦରଗଡ଼ ଓ ଝାରସୁଗୁଡାରୁ ଅଧିକ ହିଟୱେଭ ମାମଲା ଆସୁଛି। ବର୍ଷା ପାଇଁ ହିଟୱେଭ ସାମାନ୍ୟ କମିଛି। ତେବେ ଏବେ କିଛି ଅଂଶୁଘାତ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। କାରଣ ଭବିଷ୍ୟତରେ ହିଟୱେଭର ସମ୍ଭାବନା ଅଛି। ଖଣି ଅଞ୍ଚଳରୁ ହିଟୱେଭ ମାମଲା ଅଧିକ ଅଛି। ସେଠି ସତର୍କ ରହିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/87da3a57-2309-4160-8a05-b7fd151221b8.jpeg)