ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମକୁ ଗ୍ୟାସ୍ କଟରରେ କାଟି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇବା ପରେ ଏଟିଏମ କବାଟ ବନ୍ଦ କରିଦେଇଥିଲେ। ଫଳରେ ବାହାରକୁ କିଛି ଜଣାପଡୁନଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ଏ ବାବଦରେ ଜାଣିବା ପରେ ସୋର ପୁଲିସକୁ ଖବର ଦେଇଥିଲେ।
/sambad/media/post_attachments/wp-content/uploads/2023/11/596246e2-c719-46a1-ba94-c6eea02d9815.jpeg)
ଖନ୍ତାପଡ଼ା ଓ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ବି ତଦନ୍ତ କରୁଛି। ଏଣେ ଏଟିଏମରୁ ୨୬ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ନେଇ ଏସବି ଆଇ ବାହାନଗା ଶାଖା ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/633b6ac7-0e6e-4b0e-8b09-5c510bb6e09c.jpeg)