ଭୁବନେଶ୍ବର : କରୋନା କଟକଣା ମଧ୍ୟରେ ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଅନୁଷ୍ଠିତ ଜେଇଇ ମେନ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାନୁରୂପ ହୋଇନାହିଁ। ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୭୪% ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଅର୍ଥାତ୍ ୨୬% ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ଜାନୁଆରିରେ ଅନୁଷ୍ଠିତ ଜେଇଇ ମେନ୍ରେ ୯୪.୩୨% ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୦୧୯ ଏପ୍ରିଲରେ ୯୪.୧୫% ଓ ୨୦୧୯ ଜାନୁଆରିରେ ୯୪.୧୧% ରହିଥିଲା। ଏତେସଂଖ୍ୟକ ପରୀକ୍ଷାର୍ଥୀ କେବେ ଅନୁପସ୍ଥିତ ରହି ନ ଥିଲେ ବୋଲି ପରୀକ୍ଷା ପରିଚାଳନା କରୁଥିବା ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ‘ନିଶଙ୍କ’ ଟୁଇଟ୍ କରି କହିଛନ୍ତି ଯେ ପରୀକ୍ଷା ଦେବା ପାଇଁ ସାରା ଦେଶରେ ୮.୫୮ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୬.୩୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଆଉ ବିଳମ୍ବ ହୋଇଥିଲେ ଛାତ୍ରଛାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ିଥା’ନ୍ତା। ଛାତ୍ରଛାତ୍ରୀ ଯେଉଁ କଠିନ ପରିଶ୍ରମ କରିଛନ୍ତି, ତାହା ପାଣିରେ ପଡ଼ିଥା’ନ୍ତା ଏବଂ ଉଚ୍ଚଶିକ୍ଷା କରିବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତେ। କେନ୍ଦ୍ର ସରକାର ସର୍ବଦା ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି କାର୍ଯ୍ୟ କରୁଛନ୍ତି। ଯେଉଁମାନେ ଜାନୁଆରିରେ ଜେଇଇ ମେନ୍ ଦେଇଥିଲେ, ସେମାନେ ଏଥରକ ଆଉ ଆଗ୍ରହ ପ୍ରକାଶ କରିନାହାନ୍ତି। ଯେଉଁଥିପାଇଁ ପରୀକ୍ଷାର୍ଥୀଙ୍କ ସଂଖ୍ୟା କମିଥିବା ଅନୁମାନ କରାଯାଉଛି।
ଦେଶରେ ୨୬% ଛାତ୍ରଛାତ୍ରୀ ଦେଲେନି ଜେଇଇ ମେନ୍
/sambad/media/post_attachments/wp-content/uploads/2020/09/jee-hh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)